Thu. Dec 26th, 2024

ଜାମ୍ମୁ କାଶ୍ମୀରରେ ଭୟାନକ ଦୁର୍ଘଟଣା, ଚେନାବ ନଦୀରେ କାର ଖସି ୧୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

By amfnews Aug 21, 2018 #Featured
236 Views

ଜାମ୍ମୁ କାଶ୍ମୀର, ଅଗଷ୍ଟ ୨୧ :

ଜାମ୍ମୁ କାଶ୍ମୀରର କିସ୍ତବାଡ ଅଂଚଳରେ ଶ୍ରଦ୍ଧାଳୁଙ୍କ ଭର୍ତି ଏକ କାର ଚେନାବ ନଦୀରେ ଖସି ପଡିବାରୁ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି । ଗୋଟିଏ ଇକୋ ସ୍ପୋର୍ଟ କାରରେ ଶ୍ରଦ୍ଧାଳୁମାନେ ମଚେଲ ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିବା ସମୟରେ କାରଟି ଭାରସାମ୍ୟ ହରାଇ ୮୦୦ମିଟର ତଳକୁ ଖସି ନଦୀରେ ପଡିଥିଲା । ଏପର୍ଯ୍ୟନ୍ତ ୧୧ଟି ଶବ ଉଦ୍ଧାର କରାଯାଇଥିବା ବେଳେ ଜଣେ ଶିଶୁକୁ ସୁରକ୍ଷିତ ବଂଚା ଯାଇଛି । ଜାମ୍ମୁର ଡୋଡା ଜିଲ୍ଲାର ଏହି ପରିବାରର ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଲୋକମାନଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳି ନାହିଁ ।

ଏହା ପୂର୍ବରୁ କାଲି ଏକ ମୋଟୋର ସାଇକେଲ ଏବଂ କାର ଦୁର୍ଘଟଣା ହେବା ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଥିା ବେଳେ ୧୫ଜଣ ଆହତ ହୋଇଥିଲେ। ଏହି ଦୁଇ ବାହାନରେ ସ୍ଥାନୀୟ ନିବାସୀ ଏବଂ ମଚୈଲ ଯାତ୍ରୀ ଥିଲେ । ସୋମବାର ଦିନ ସକାଳ ୧୦ଟାରେ ଏକ ମେଟାଡୋର ଏବଂ ଏକ ଅଲଟୋ କାର ଉଧମପୁରରୁ ପାଡର ତରଫକୁ ଯାଉଥିଲେ । ଏହି ଦୁଇ ବାହାନ ଦ୍ରାବଶାଳା ପାଖରୁ କୁଲଗଡିରେ ପହଂଚିବା ସମୟରେ ପାହାଡ ଉପରୁ ଅଚାନକ ପଥର ଖସିବାରୁ  ଦୁର୍ଘଟଣାର ଶିକାର ହୋଇଥିଲା ।

ଦୁର୍ଘଟଣାର ଖବର ପୁଲିସକୁ ମିଳିବା ପରେ ଏସଏସପି ରାଜେନ୍ଦ୍ର କୁମାର ଗୁପ୍ତା, ଥାନା ପ୍ରଭାରୀ ସମୀର ଜିଲାନୀ, ରେଡକ୍ରସ ସୋସାଇଟିର ସଦସ୍ୟ ଏବଂ ସେବା ଭାରତୀଙ୍କ ବ୍ୟତୀତ ସଂସ୍ଥା ଅବାବୀଲର ସଦସ୍ୟ ଠିକ ସମୟରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ଏବଂ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ୬ଜଣ ଆହାତଙ୍କୁ କିସ୍ତବାଡ ଏବଂ ୮ଜଣ ଲୋକଙ୍କୁ ଠାଠରୀ ହସ୍ପିଟାଲରେ ପହଂଚାଇ ଥିଲେ । ପରେ ଠାଠରୀରେ ଥିବା ଆହାତଙ୍କୁ ଡୋଡା ରେଫର କରାଯାଇଛି । କିସ୍ତବାଡଠାରୁ ୨ଜଣ ଲୋକଙ୍କୁ ହେଲିକାପ୍ଟର ସେବା ସାହାଯ୍ୟରେ ରେଫର କରାଯାଇଥିବା ସୂଚନା ମିଳିଛି ।

By amfnews

Related Post