Wed. May 14th, 2025

ଜାଣନ୍ତି କି ଦୀପାବଳି ଦିନ ମହାଲକ୍ଷ୍ମୀଙ୍କର ଆବିର୍ଭାବ ହୋଇଥିଲା!

By amfnews Nov 7, 2018 #Featured
220 Views

ଦୀପାବଳି ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା ବୋଲି କୁହାଯାଏ । ପୁରାଣଯୁଗରେ ଅମୃତପାନ କରି ଅମର ହେବା ଲାଗି ଦେବାସୁର ଗଣ ସମୁଦ୍ର ମନ୍ଥନ କରିବାବେଳେ କ୍ଷୀରା ସାଗରଙ୍କ ତନୟା ମହାଲକ୍ଷ୍ମୀଙ୍କର ଆବିର୍ଭାବ ଘଟିଥିଲା ଏହି ଦୀପାବଳି ଦିନ। ମହାଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁ ବିବାହ କରିଥିଲେ।ଏହି କାରଣରୁ ଦୀପାବଳି ଅବସରରେ ଜଗଜ୍ଜନନୀ ,ଧନପ୍ରଦାୟିନୀ ମାଆ ମହାଲକ୍ଷ୍ମୀଙ୍କ ପୂଜା ଆରାଧନା ଲାଗି ବିଶେଷ ଅନୁଷ୍ଠାନ ମାନ ଆୟୋଜିତ ହୋଇଥାଏ।ଏହି ଦିନ ଲକ୍ଷ୍ମୀ ପଞ୍ଚାୟତନ ଗୃହରେ ପ୍ରବେଶ କରନ୍ତି।ଏମାନେ ହେଲେ ଲକ୍ଷ୍ମୀ,ବିଷ୍ଣୁ,କୁବେର,ଗଜେନ୍ଦ୍ର ଓ ସରସ୍ୱତୀ।

ଅନ୍ୟପକ୍ଷରେ ଦୀପାବଳି ଦିନ ଦୁର୍ଗାଙ୍କର ଅଗ୍ରମସ୍ତିଷ୍କରୁ ମା’ ମହାକାଳୀଙ୍କର ଉତ୍ପତ୍ତି ହୋଇଥିଲା। ସେ ରାକ୍ଷସଗଣଙ୍କୁ ବଧ କରିବାରେ ଏଭଳି ଅସ୍ଥିରା ହୋଇ ଉଠିଥିଲେ ଯେ ତାଙ୍କ ନିଜ ଉପରେ ନିୟନ୍ତ୍ରଣ ନଥିଲା। ଭଗବାନ ଶିବଙ୍କର ମା’ଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ଦୀପାବଳି ଦିନ ତାଙ୍କ ଆଗରେ ଶୋଇଯାଇଥିଲେ ଏବଂ ମା’ କାଳୀ ତା’ ନ ଜାଣିପାରି ତାଙ୍କ ଉପରେ ପାଦ ପକାଇଦେଇଥିଲେ।ଏହା ମଧ୍ୟ ଏକ ପୌରାଣିକ ଆଖ୍ୟାନ।ଏହାକୁ ଭିତ୍ତି କରି ଦୀପାବଳି ଅବସରରେ ମା’ ମହାକାଳୀଙ୍କର ପୂଜା ମଧ୍ୟ ଅନୁଷ୍ଠିତ ହୁଏ।

By amfnews

Related Post