Tue. Mar 10th, 2026

ଜଳେଶ୍ୱରରେ ଗୋରୁଚାଲାଣ ଟ୍ରକ୍‌ ଓଲଟି ୨୫ ଗାଈ ମୃତ

180 Views

ଜଳେଶ୍ୱର  :  ୬ ନମ୍ବର ଜାତୀୟ ରାଜପଥରେ ଥିବା ବାଲେଶ୍ୱର ଜିଲ୍ଲାର ନନ୍ଦିକା ଗ୍ରାମ ନିକଟରେ ଆଜି ଭୋର ସାଢେ ୫ଟା ବେଳେ ପାଖାପାଖି ୫୦ରୁ ୬୦ ଗାଈ ନେଇ ଏକ ଟ୍ରକ୍‌ କୋଲକାତାକୁ ଯାଉଥିଲା। ଟ୍ରକ୍‌ ଟି ରାସ୍ତା କଡରେ ଓଲଟି ଯିବା ଫଳରେ ଦୁର୍ଘଟଣା ଗ୍ରସ୍ତ ହେଲା। ଏଥିରେ ୨୦ ରୁ ୨୫ ଜଣ ଗାଈଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଗାଈଗୁଡିକ ଚାପି ହୋଇ ମରିଥିବାର ସୂଚନା ମିଳିଛି।

ଡ୍ରାଇଭର ଓ ହେଲପର ଫେରାର୍‌ ହୋଇଥିବାର ସୂଚନା ମିଳିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ (OR01-M-4158)କୁ ଜବତ କରିଛି। ଅନ୍ୟ ଗାଈମାନଙ୍କୁ ଲୋକେ ପଳାଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଏହି ରାସ୍ତା ଦେଇ ବାରମ୍ବାର କୋଲକାତାକୁ ଗୋଚାଲାଣ ହେଉଥିବା ଓ କୋଲକାତାରୁ ଚେନ୍ନାଇକୁ ଗୋମାଂସ ଯାଉଥିବାରୁ ଏ ପ୍ରସଙ୍ଗରେ ପ୍ରଶାସନ ନୀରବ ରହୁଥିବା ଯୋଗୁଁ ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଗତ ତିନି ବର୍ଷ ମଧ୍ୟରେ ଜଳେଶ୍ୱର ଅଞ୍ଚଳରେ ସହସ୍ରାଧିକ ଗାଈଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

By amfnews

Related Post