Sun. Mar 8th, 2026

ଜମ୍ମୁ-କାଶ୍ମୀର : ହସ୍ପିଟାଲରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆରଏସ୍ଏସ୍‌ ନେତା ଆହତ, ଗୁଳିମାଡ଼ରେ ପ୍ରାଣ ହରାଇଲେ ପିଏସ୍ଓ

318 Views

କିସ୍ତଓ୍ଵାଡ଼(ଜମ୍ମୁ କାଶ୍ମୀର): ଆଜି ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର କିସ୍ତଓ୍ଵାଡ଼ରେ ଥିବା ଏକ ହସ୍ପିଟାଲ ପରିସରରେ ଜଣେ ଆର୍‌ଏସଏସ୍‌ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ନେତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆରଏସଏସ୍‌ ନେତାଙ୍କ ନାମ ହେଲା ଚନ୍ଦ୍ରକାନ୍ତ ଶର୍ମା। ସେ ହସ୍ପିଟାଲରେ ମେଡିକାଲ୍‌ ଆସିଷ୍ଟାଣ୍ଟଭାବେ କାର୍ଯ୍ୟ କରନ୍ତି। ଏହି ଆକ୍ରମଣରେ ଚନ୍ଦ୍ରକାନ୍ତ ଶର୍ମା ଗୁରୁତର ଆହତ ହୋଇଥିବା ଜଣାଯାଇଛି। ତେବେ ଚନ୍ଦ୍ରକାନ୍ତ ଶର୍ମାଙ୍କ ପିଏସଓଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଜଣେ ବନ୍ଧୁକଧାରୀ ହସ୍ପିଟାଲ ଭିତରକୁ ପଶି ଚନ୍ଦ୍ରକାନ୍ତ ଶର୍ମା ଓ ତାଙ୍କ ପିଏସଓଙ୍କୁ ଗୁଳି କରିଥିଲା। ଗତବର୍ଷ ମଧ୍ୟ କିସ୍ତଓ୍ଵାଡ଼ରେ ଏହି ଧରଣର ଏକ ଘଟଣା ଘଟିଥିଲା, ଯେଉଁଥିରେ ବିଜେପି ରାଜ୍ୟ ସଂପାଦକ ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତଙ୍କୁ ଗୁଳି କରି ଆତଙ୍କବାଦୀମାନେ ହତ୍ୟା କରିଥିଲେ। ତା’ଆଗରୁ ଦୁଇ ଜଣ ନ୍ୟାସନାଲ୍  କନ୍‌ଫରେନ୍‌ସ କର୍ମୀ ଓ ଜଣେ ପିଡିପି ନେତାଙ୍କୁ ମଧ୍ୟ ଶ୍ରୀନଗରରେ ଆତଙ୍କବାଦୀମାନେ ଗୁଳି କରିଥିଲେ।

By amfnews

Related Post