Sun. Mar 8th, 2026

ଜମ୍ମୁ-କଶ୍ମୀର: ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ଧରାପଡ଼ିଲେ ହିଜବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ

152 Views

ନଗର,ଜାନୁଆରୀ ୧୪ : ହିଜବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀକୁ ସୁରକ୍ଷା ବଳ ସୋମବାର ଉତ୍ତର କଶ୍ମୀରର ବାନ୍ଦିପୋରାଠାରେ ଗିରଫ କରିଛି। ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍‌(ଆର୍‌ଆର୍‌)ର ୧୩ ଜଣ ଯବାନମାନଙ୍କ ଦ୍ୱାରା ଏକ ଯୁଗ୍ମ ଅପରେସନ ହୋଇଥିଲା। ଏହି ଅପରେସନରେ ଜିଲ୍ଲାର ଅଜସ୍‌ ଗ୍ରାମରେ ଆତଙ୍କବାଦୀ ଧରା ପଡ଼ିଥିବା ସୂଚନା ରହିଛି।

ଧରାପଡ଼ିଥିବା ଆତଙ୍କବାଦୀ ଜଣକ ସର୍‌ଫରଜ ଅହମ୍ମଦ ସେର୍‌। ବୋନ୍ଦିପରା ଜିଲ୍ଲାର କୁଇଲ୍‌ ମୁକାମ ଗ୍ରାମର ସେ ବାସିନ୍ଦା ବୋଲି ଜଣାପଡ଼ିଛି। ୨୦୧୪ ମସିହା ଅକ୍ଟୋବର ମାସରୁ ସେ ଏହି ଆତଙ୍କବାଦ କାମରେ ସାମିଲ୍‌ ଅଛନ୍ତି।

ଏ ସଂପର୍କରେ ବୋନ୍ଦିପରାରର ସିନିୟର୍‌ ସୁପରିଟେଣ୍ଡେଣ୍ଟ୍‌ ଅଫ୍‌ ପୁଲିସ୍‌(ଏସ୍‌ଏସ୍‌ପି) ଶୈଖ୍‌ ଜୁଲ୍‌ଫିକର୍‌ ଅଜଦ ଗଣମାଧ୍ୟମରେ କହିଛନ୍ତି କି ‘ହିଜବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ସର୍‌ଫରଜ ଅହମ୍ମଦ ସେରକୁ ଗିରଫ କରାଯାଇଛି। ଗିରଫ କରାଯିବା ସହ ପୁଲିସ୍‌ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ବି ଜବତ କରିଛି। ସେ ଗତ ୫ ବର୍ଷ ହେବ କୁପଓ୍ଵାରା, ସୋପୋରେ ଏବଂ ବାନ୍ଦିପୋରାଠାରେ ସକ୍ରିୟ ରହିଥିବା ସୂଚନା ରହିଛି।’

By amfnews

Related Post