Sat. Mar 7th, 2026

ଜମ୍ବୁ ମେରାଇନ୍‌ ଥାନା ବୈଷୟିକ ଷ୍ଟାଫ୍‌ ଗାର୍ଡରୁମ୍‌ରେ ଅଗ୍ନିକାଣ୍ଡ; ଜଣେ କର୍ମଚାରୀ ମୃତ, ଅନ୍ୟ ଜଣେ ଆହତ

388 Views

କନ୍ଦ୍ରାପଡ଼ା  : ରବିବାର ସକାଳ ପ୍ରାୟ ସାଢ଼େ ଆଠଟା ପରେ ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ବୈଷୟିକ ଷ୍ଟାଫ୍‌ଗାର୍ଡ ରୁମ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତ କର୍ମଚାରୀ ଜଣକ ହେଲେ ନୟାଗଡ଼ ନିବାସୀ ୪୦ ବର୍ଷିୟ ପ୍ରକାଶଚନ୍ଦ୍ର ସମାନ୍ତରାୟ। ଆହତ ହୋଇ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ପଠାଯାଇଥିବା କର୍ମଚାରୀ ଜଣକ ହେଉଛନ୍ତି ବ୍ରହ୍ମପୁରର ସୁଶାନ୍ତ କୁମାର ସାହୁ। ଦୁହେଁ ପୂର୍ବରୁ ସେନାବାହିନୀରେ କାର୍ଯ୍ୟ କରୁଥିଲେ। ଏବେ ସେମାନେ ଜମ୍ବୁ ସାମୁଦ୍ରିକ ଥାନାର ବୋଟ୍‌ମ୍ୟାନ୍‌ ଭାବେ କାର୍ଯ୍ୟରତ ଥିଲେ।

ରୋଷେଇ ପାଇଁ ବ୍ୟବହୃତ ଏଲ୍‌ପିଜି ଗ୍ୟାସ୍‌ ଟାଙ୍କି ଫାଟିବାରୁ ଖରିନାସୀ ଗାଁରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି। ସକାଳେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ଟାଙ୍କି ଫାଟି ଯାଇ ସମଗ୍ର ଘରେ ନିଆଁ ଚରିଯାଇଥିଲା। ଘଟଣାସ୍ଥଳରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ବେଳେ ସୁଶାନ୍ତଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।

By amfnews

Related Post