Wed. Mar 11th, 2026

ଜନ ଗହଳି ମଧ୍ୟକୁ ପଶି ତିନି ଜଣଙ୍କୁ ଆହତ କଲା କଲରାପତ୍ରିଆ

496 Views

ନାଶିକ: ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଏକ ଜନ ବହୁଳ ଅଞ୍ଚଳରେ ଗୋଟାଏ କଲରାପତ୍ରିଆ ବାଘ ପଶି ଜଣେ ସ୍ଥାନୀୟ ନେତା ଏବଂ ଦୁଇ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ଆହତ କରିବା ପରେ ଧରାପଡ଼ିଥିବା କଥା ପୁଲିସ କହିଛି।

ପ୍ରତ୍ୟୁଷରେ କଲରାପତ୍ରିଆ ବାଘଟି ସବରକର ନଗର ଅଞ୍ଚଳ ମଧ୍ୟକୁ ପଶି ଆସିଥିଲା। ଦିନ ପ୍ରାୟ ୧୦: ୪୫ରେ ବନ ବିଭାଗ କର୍ମଚାରୀମାନେ ତାହାକୁ ଧରିଥିଲେ।ସ୍ଥାନୀୟ ଶିବ ସେନା କର୍ପୋରେଟର୍‌ ସନ୍ତୋଷ ଗାଏକ୍ୱାଡ୍‌, ଟେଲିଭିଜନ ନିଉଜ୍‌ ଚାନେଲ୍‌ କ୍ୟାମେରାମ୍ୟାନ୍‌ ତବରେଜ୍‌ ଶେଖ୍‌ ଏବଂ କପିଳ ଭାସ୍କରଙ୍କୁ କଲରାପତ୍ରିଆ ବାଘ ଆହତ କରିଥିଲା। ସେମାନେ ନିକଟବର୍ତ୍ତୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

କଲରାପତ୍ରିଆ ଧରିବା ଉଦ୍ୟମ ଦେଖିବାକୁ ସମବେତ ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ ଗାଏକ୍ୱାଡ୍‌ ଉଦ୍ୟମ କରୁଥିବା ବେଳେ ଏବଂ ଗଣମାଧ୍ୟମ କର୍ମଚାରୀମାନେ ଜନ୍ତୁଟିର ଫୁଟେଜ୍‌ ନେବାକୁ ଉଦ୍ୟମ କରୁଥିବା ବେଳେ କଲରାପତ୍ରିଆ ସେମାନଙ୍କ ଉପରକୁ ଲମ୍ଫ ଦେଇଥିଲା।ନିକଟବର୍ତ୍ତୀ ଚାଣ୍ଡସି ଅଞ୍ଚଳରେ ଥିବା ଖମାର ଓ ବୁଦବୁଦକିଆ ଜଙ୍ଗଲ ଅଞ୍ଚରୁ ସମ୍ଭବତଃ କଲରାପତ୍ରିଆଟି ସବରକର ନଗରକୁ ପଶିଆସିଛି। କଲରାପତ୍ରିଆଟିକୁ ବଣରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି।

ନାଶିକ ଜିଲ୍ଲାର ପଶ୍ଚିମାଞ୍ଚଳରେ ଗହନ ଜଙ୍ଗଲ ଥିବାରୁ ସେଠାରେ କଲରାପତ୍ରିଆ, ଗଧିଆ, ହୁଣ୍ଡାବାଘ ଏବଂ କୋକିମାନେ ଅଛନ୍ତି ବୋଲି ବନବିଭାଗ କହିଛି।

By amfnews

Related Post