Sat. Mar 7th, 2026

ଜଗମୋହନରୁ ଗଳୁଛି ପାଣି

254 Views

ପୁରୀ: ASI ଦ୍ୱାରା ଶେଷ ହୋଇଥିବା ଜଗମୋହନ ମରାମତି କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଶ୍ରୀମନ୍ଦିର ଜଗମୋହନରୁ ଗଳୁଛି ପାଣି। ଅଣସରପିଣ୍ଡିରେ ବର୍ଷାଜଳ ଗଳୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି।

ଜଗମୋହନରେ ପାଣି ଝରି ଚାନ୍ଦୁଆ ଭିଜିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଜଗମୋହନ କାମ ଶେଷ ନେଇ ପୂର୍ବରୁ ହାଇକୋର୍ଟଙ୍କ ନିକଟରେ ASI ପକ୍ଷରୁ ସତ୍ୟପାଠ ଦିଆଯାଇଥିବା ବେଳେ କାର୍ଯ୍ୟର ମାନକୁ ନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟପାଠ ସତ୍ୱେ ପାଣି ଗଳିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। .

By amfnews

Related Post