Sat. Mar 7th, 2026

ଛାତ୍ରଙ୍କ ସାମ୍ନାରେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କୁ ହାଣି ପକାଇଲେ ୬ ଜଣ ଦୁର୍ବୃତ୍ତ

174 Views

ବେଙ୍ଗାଲୁରୁ : ରବିବାର ଦିନ ୨୦ ଜଣ ଛାତ୍ରଙ୍କ ସାମ୍ନାରେ ଜଣେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କୁ ହାଣି ପକାଇଛନ୍ତି ୬ ଜଣିଆ ଦୁର୍ବୃତ୍ତ ଦଳ। ଛାତ୍ରଙ୍କ ପାଇଁ ପ୍ରିନ୍‌ସିପାଲ୍‌ ସ୍ପେସାଲ୍‌ କ୍ଲାସ୍‌ କରୁଥିଲେ ବୋଲି ପୁଲିସ କହିଛି।

ଅଗ୍ରାହରା ଦସରାହାଲ୍ଲିର ଉପନଗରସ୍ଥିତ ବାଓ୍ଵାନୁର୍‌ ପବ୍ଲିକ୍‌ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ ୬୦ ବର୍ଷିୟ ରଙ୍ଗନାଥ ୧୦ମ ଶ୍ରେଣୀ ପିଲାଙ୍କର କ୍ଲାସ୍‌ ନେଉଥିଲା ବେଳେ ଦୁର୍ବୃତ୍ତ ଦଳ ଶ୍ରେଣୀ ଭିତରେ ଧଷେଇ ପଶି ତାଙ୍କୁ ହାଣି ପକାଇଥିଲେ।

ପରେ ସେମାନେ ଆସିଥିବା କାର୍‌ ଯୋଗେ ଘଟନାସ୍ଥଳରୁ ସ୍କୁଲ୍‌ରୁ ପଳାଇ ଯାଇଥିଲେ ବୋଲି ପୁଲିସ କହିଛି।

ସୂଚନା ଆଧାରରେ ଦୁର୍ବୃତ୍ତ ଦଳର ଜଣେ ସଦସ୍ୟକୁ ମହାଲକ୍ଷ୍ମୀ ଲେଆଉଟ୍‌ ଅଞ୍ଚଳରୁ ଧରାଯାଇଛି। ସେ ପୁଲିସକୁ ଆକ୍ରମଣ କରିବାରୁ ପୁଲିସ ପାଲଟା ଗୁଳି ଚଳାଇବାରୁ ତା’ ଗୋଡ଼ରେ ଆଘାତ ଲାଗିଛି। ଡାକ୍ତରଖାନାକୁ ନିଆ ଯାଇ ତା’ର ଚିକିତ୍ସା କରାଯାଇଛି।

ସ୍କୁଲ୍‌ ଅଟ୍ଟାଳିକା ସଂକ୍ରାନ୍ତ ଜମିଜମା ବିବାଦ ଏହି ହତ୍ୟାକାଣ୍ଡର କାରଣ ବୋଲି ପୁଲିସ ସନ୍ଦେହ କରୁଛି।

By amfnews

Related Post