Sat. Nov 23rd, 2024

ଛତିଶଗଡ଼ ବିଧାନସଭା: ରମଣ ସିଂହଙ୍କୁ ଝଟକା, କଂଗ୍ରେସ ଆଗରେ

By amfnews Dec 11, 2018 #Featured
190 Views

ରାୟପୁର, ଡିସେମ୍ବର ୧୧: ଆଜି ସକାଳ ୮ଟାରୁ ଛତିଶଗଡ଼ ବିଧାନସଭାର ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଖୋଲାଯାଇ ଏହାର ଗଣନା କରାଯାଇଛି। ଛତିଶଗଡ଼ର ପ୍ରାଥମିକ ନିର୍ବାଚନ ଫଳାଫଳ ଅନୁଯାୟୀ, ଛତିଶଗଡ଼ରେ କଂଗ୍ରେସ ଦଳ ଆଗୁଆ ରହିଛି। ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ୫୮ଟିରେ, ବିଜେପି ୨୬ଟିରେ ଓ ଅଜିତଯୋଗୀ-ମାୟାବତୀଙ୍କ ମେଣ୍ଟ ୬ଟି ଆସନରେ ଆଗୁଆ ରହିଛନ୍ତି। ଛତିଶଗଡ଼ ନିର୍ବାଚନ ଫଳାଫଳ ବିଜେପି ବିଶେଷ କରି ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ବଡ଼ ଝଟକା ଲାଗିଛି।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ୯୦ ବିଧାନସଭା ଆସନ ପାଇଁ ୧ହଜାର ୨ଶହ ୬୯ ଜଣ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ରଣାଙ୍ଗନରେ ପରସ୍ପରକୁ ଭେଟୁଛନ୍ତି। ତେବେ ଗତ ନିର୍ବର୍ାଚନ ଅପେକ୍ଷା ଏଥର ଅଧିକ ପ୍ରତିଶତ ଲୋକ ଭୋଟ୍‌ ଦେଇଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ୭୬.୬୦ ପ୍ରତିଶତ ଭୋଟ୍‌୍‌ ପୁଲିଂ ହୋଇଛି।
ପ୍ରତି ଭୋଟ୍‌ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଛି। ଏଥିପାଇଁ ୫ହଜାର ୧୮୪ ଜଣ କର୍ମଚାରୀ ଭୋଟ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

By amfnews

Related Post