Tue. Dec 24th, 2024

ଛତିଶଗଡରେ ବର୍ଷିଲେ ମୋଦୀ, କହିଲେ ସମସ୍ତେ ଜାଣିଛନ୍ତି ସୀତାରାମ କେଶରୀଙ୍କ ସହ କଣ କରିଥିଲା କଂଗ୍ରେସ

By amfnews Nov 18, 2018 #Featured
290 Views

ନୂଆଦିଲ୍ଲୀ, ନଭେମ୍ବର ୧୮  : ଛତିଶଗଡରେ ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଆଜି ନିର୍ବାଚନ ପ୍ରଚାରର ଅନ୍ତିମ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଚାର କରିବା ପାଇଁ ଏକ ଜନସଭାରେ ସମ୍ବୋନ୍ଧିତ କରୁଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି କି, ୫୦ ବର୍ଷ ପର୍ଯ୍ୟନ୍ତ ମିଥ୍ୟା କହି ଦେଶକୁ ଭୁଲେଇବାକୁ ଚାଷ୍ଟା କରା ଯାଇଛି । ଦେଶର ଜନତାଙ୍କୁ ୪୪୦ରୁ ୪୦ରେ ଆଣି ଠିଆ କରା ଯାଇଛି । କର୍ଣ୍ଣାଟକରେ କହୁଛନ୍ତି କି କୃଷକଙ୍କର ଋଣ ଛାଡ କରାଯିବ । କିନ୍ତୁ ଆପଣଙ୍କର ସରକାର ସମୟରେ କୃଷକଙ୍କ ନାମରେ ଥିବା ଋଣ କାରଣରୁ ସେମାନଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଂଟରେ ଗିରଫ କରା ଯାଉଛି ।

ସେ କଂଗ୍ରେସକୁ ମନେ ପକାଇ ଦେଇଛନ୍ତି କି, ଚାରି ପୀଢିରୁ ଆପଣଙ୍କ ଶାସନ ଚାଲିଛି । ସେମାନେ କେବଳ ପରିବାର ବବିଷୟରେ ଚିନ୍ତା କରିଛନ୍ତି । କିନ୍ତୁ ଜନତାଙ୍କ ବିଷୟରେ ଭାବି ନାହାଁନ୍ତି । ତେଣୁ ତାଙ୍କ ଉପରେ କିପରି ବିଶ୍ୱାସ କରା ଯିବ । ସମସ୍ତେ ଜାଣିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେଶରୀଙ୍କ ସହ କଣ କରିଥିଲା। ସୀତାରାମଙ୍କୁ ଅଧ୍ୟକ୍ଷ ପଦବୀରୁ ହଟାଯାଇ ସୋନିଅାଙ୍କୁ ଅଧ୍ୟକ୍ଷ ପଦବୀରେ ବସା ଯାଇଥିଲା।  ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ଛତିଶଗଡରେ ସମୃଦ୍ଧି ଆସିଛି । ତେଣୁ ଗାନ୍ଧୀ ପରିବାରର ନହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦଳ ଅଧ୍ୟକ୍ଷ କରାଯାଉ । କଂଗ୍ରେସର ଉତିହାର ସମସ୍ତଙ୍କୁ ଜ୍ଞାତ ଅଛି । ରମଣ ସିଂହ ରାଜ୍ୟକୁ ବୀମା ଶ୍ରେଣୀରୁ ବାହାର କରିଛନ୍ତି । ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ପଡୋଶୀ ରାଷ୍ଟ୍ର ମଧ୍ୟପ୍ରଦେଶରେ ମଧ୍ୟ ଦୁଇଟି ଜନସଭା କରିବେ । ସେଠାରେ ନଭେମ୍ବର ୨୮ରେ ୨୩୦ଟି ଆସନରୁ ନିର୍ବାଚନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡର ୧୯ଜିଲ୍ଲାରେ ୭୨ ଆସନରୁ ନଭେମ୍ବର ୨୦ରେ ନିର୍ବାଚନ ହେବାକୁ ଯାଉଛି ।

By amfnews

Related Post