Sun. Apr 20th, 2025

ଚୋର ସନ୍ଦେହରେ ଅଟୋ ଚାଳକଙ୍କୁ ପିଟିପିଟି ମାରିଦେଲେ ଲୋକେ

By amfnews Nov 26, 2018 #Featured
277 Views

ନୂଆଦିଲ୍ଲୀ, ନଭେମ୍ବର ୨୬: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଉତ୍ତମ ନୀର ଅଞ୍ଚଳରେ ଚୋର ବୋଲି ସନ୍ଦେହ କରି ଜଣେ ଅଟୋ ରିକ୍ସା ଚାଳକଙ୍କୁ ଲୋକେ ପିଟିପିଟି ମାରି ଦେଇଥିବା ଖବର ଆସିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ରିକ୍ସା ଚାଳକ ବ୍ୟତୀତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଲୋକେ ପିଟିଥିଲେ।
ଗତ ଶନିବାର ଦିନ ମୃତ ରିକ୍ସା ଚାଳକ ଅବିନାଶ କୁମାରଙ୍କ ଅଟୋରେ ଦୁଇଜଣ ଲୋକ ବସିଥିଲେ। କିଛି ସମୟପରେ ସେ ଦୁହେଁ ଅବିନାଶଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହି ରିକ୍ସାରୁ ଓହ୍ଲାଇ ଯାଇଥିଲେ।

ତା’ପରେ ଅବିନାଶ ପରିସ୍ରା କରିବାକୁ ଯାଇଥିଲେ। ସେ ଅଟୋ ପାଖକୁ ଫେରି ଦେଖିଲେ ଯେ ,କିଛି ଲୋକ ସେହି ଦୁଇଜଣଙ୍କୁ ମାଡ଼ ମାରୁଛନ୍ତି। ସେ ଦୁହେଁ ଅବିନାଶକୁ ଦେଖିବା ମାତ୍ରେ,ଲୋକଙ୍କୁ କହିଲେ ଯେ ଚୋରଙ୍କ ସର୍ଦ୍ଦାର ହେଉଛି ଅବିନାଶ। ସେ ଦୁଇ ଜଣ ଚୋରି କରିବା ଉଦ୍ଦେଶ୍ୟରେ ଉତ୍ତମ ନଗରକୁ ଆସିଥିଲେ। ଏ ବିଷୟରେ ଅବିନାଶ ସଂପୂର୍ଣ୍ଣ ଅଜ୍ଞ ଥିଲେ।

ଏହାପରେ ଲୋକେ ସେହି ଦୁଇଜଣଙ୍କୁ ଛାଡ଼ି ଅବିନାଶକୁ ପିଟି ପିଟି ମାରି ଦେଇଥିଲେ। ପୁଲିସ କହିଛି ଯେ,ସେ ଦୁହେଁ ଏକ ବ୍ୟାଟେରି ଚୋରି କରି ଅବିନାଶଙ୍କ ଅଟୋରେ ରଖିଥିଲେ। ଇତିମଧ୍ୟରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ଓ ଅନ୍ୟର ସନ୍ଧାନ ଜାରି ରହିଛି।

By amfnews

Related Post