Mon. Mar 17th, 2025

ଚୋରକୁ ଗୋଡ଼ାଉ ଗୋଡ଼ାଉ ଟ୍ରେନ୍‌ ଚାପାରେ ମରିଗଲେ ମାଆ ଓ ଝିଅ

By amfnews Aug 4, 2019 #Featured
167 Views

ଆଗ୍ରା: ବ୍ୟାଗ୍‌ ଚୋରାଇ ନେଇଥିବା ଗୋଟାଏ ଚୋରକୁ ଗୋଡ଼ାଉଥିବା ବେଳେ ଶନିବାର ଦିନ ତ୍ରିବନ୍ଦ୍ରମ୍‌ ଏକ୍ସ୍‍ପ୍ରେସ୍‌ରୁ ଜଣେ ମହିଳା ଓ ତାଙ୍କ ଝିଅ ମଥୁରା ଠାରେ ରେଳ ଧାରଣାରେ ପଡ଼ି ଟ୍ରେନ୍‌ ଚାପାରେ ପ୍ରାଣ ହରାଇଥିବା କଥା ପୁଲିସ କହିଛି।

ଭୋର୍‌ ୪ଟା ବେଳେ ବୃନ୍ଦାବନ ରୋଡ୍‌ ଷ୍ଟେସନ୍‌ ଠାରେ ଚୋର ଚେନ୍‌ ଟାଣି ଗାଡ଼ିରୁ ଡିଆାଁମାରି ପଳାଇବା ବେଳେ ପଶ୍ଚିମବଙ୍ଗର ଦୁର୍ଗାପୁର ବାସିନ୍ଦା ୪୫ ବର୍ଷୀୟ ମୀନା ଦେବୀ ଏବଂ ତାଙ୍କ ଝିଅ ୨୧ ବର୍ଷୀୟ ମନୀଷାଙ୍କ ନିଦ ଭାଙ୍ଗିଥିଲା। ତାଙ୍କ ବ୍ୟାଗ୍‌ ଚୋରି ହୋଇଥିବା ଜାଣିବା କ୍ଷଣି ମାଆ ମୀନା ଦେବୀ ଓ ଝିଅ ମନୀଷା ଚୋରକୁ ଗୋଡ଼ାଇ ଯିବାବେଳେ ଟ୍ରେନ୍‌ରୁ ତଳକୁ ଖସି ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ମୀନା ଦେବୀ ଘଟଣାସ୍ଥଳରେ ମରିଥିବା ବେଳେ ମନୀଷା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମରିଛନ୍ତି। ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। କିନ୍ତୁ, ସେମାନଙ୍କ ଉପରେ ତ୍ରିବନ୍ଦ୍ରମ୍‌ ଏକ୍‌ସ୍‌ପ୍ରେସ୍‌ କି, ସେ ବାଟ ଦେଇ ଯାଇଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଚଢ଼ିଗଲା ତାହା ସ୍ପଷ୍ଟ ହୋଇ ପାରି ନ ଥିବା କଥା ରେଳବାଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି।

By amfnews

Related Post