Wed. Dec 25th, 2024

ଚୀନରେ ମୋଦି ମ୍ୟାଜିକ୍, ଗ୍ଲୋବାଲ ଟାଇମ୍ସ ସର୍ଭେରେ ଚୀନର 50 ପ୍ରତିଶତ ଲୋକଙ୍କ ପସନ୍ଦ ମୋଦୀ ସରକାର

By amfnews Aug 27, 2020 #Featured
282 Views

ନୂଆଦିଲ୍ଲୀ, ଅଗଷ୍ଟ ୨୭ : ଚୀନ୍ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି । ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଅଧିକାଂଶ ଚୀନ୍ ନାଗରିକ ନିଜ ନେତାଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତି ଅଧିକ ଖୁସି ପ୍ରକାଶ କରିଛନ୍ତି । ସର୍ବେକ୍ଷଣ ଅନୁଯାୟୀ, ସର୍ଭେରେ ସାମିଲ ଥିବା ପ୍ରାୟ 50% ଚୀନ୍ ନାଗରିକ ଭାରତରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କୁ ପ୍ରଶଂସା କରିଥିବାବେଳେ 50% ଲୋକ ବେଜିଂକୁ ପସନ୍ଦ କରିଛନ୍ତି ।

ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ପ୍ରାୟ 70% ଚୀନ୍ ନାଗରିକ ବିଶ୍ୱାସ କରିଛନ୍ତି ଯେ ଭାରତରେ ଚୀନ୍ ବିରୋଧୀ ଭାବନା ବୃଦ୍ଧି ପାଇଥିବାବେଳେ ପ୍ରାୟ 30% ଲୋକ ଏବେ ମଧ୍ୟ କହିଛନ୍ତି ଯେ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କ ସୁଦୃଢ ଅଛି । ସର୍ବେକ୍ଷଣରେ ସାମିଲ କରାଯାଇଥିବା ପ୍ରାୟ 9% ଲୋକ ଆଶଙ୍କା କରିଛନ୍ତି ଯେ ବର୍ତ୍ତମାନ ଭାରତ ଆଉ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦୀର୍ଘ ସମୟ ପାଇଁ ଚାଲିବ । ତେବେ ସର୍ଭେରେ ସାମିଲ ହୋଇଥିବା 25 ପ୍ରତିଶତ ଲୋକ ଆଶା କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଖୁବ ଶୀଘ୍ର ସମାଧାନ ହୋଇଯିବ ଏବଂ ସମ୍ପର୍କ ପୂର୍ବଭଳି ମଜବୁତ ହେବ ।

ଏସବୁ ଭିତରେ ଚାଇନାର ସବୁଠୁ ବଡ ଟେକ୍ନୋଲୋଜି କମ୍ପାନୀ ହୁଆୱାଇ ଭାରତର ସମସ୍ତ ପ୍ରମୁଖ ଖବରକାଗଜରେ ବଡ଼ ବିଜ୍ଞାପନ ପ୍ରକାଶ କରି ଭାରତକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି । ଚୀନ୍ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହୁୱାଇ ପ୍ରମାଣ କରିବାକୁ ଚେଷ୍ଟା କରୁଛି ଯେ ଭାରତ ସହ ଏହାର ସମ୍ପର୍କ ବହୁତ ପୁରୁଣା ଏବଂ ହୁୱାଇ ସର୍ବଦା ଭାରତର ମଙ୍ଗଳ ପାଇଁ ପ୍ରତିବଦ୍ଧ।

ବାସ୍ତବରେ, ଗାଲଭାନ୍ ଘଟଣା ପରେ ଭାରତ ସରକାର ଟିକ୍-ଟକ୍ ଭଳି ଆପ୍ ସମେତ ଅନେକ ଚାଇନାର କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଏହା ବ୍ୟତୀତ ଅନେକ ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟ ଚୀନ୍ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମାକୁ ବାତିଲ କରିଛନ୍ତି। ଜୁନ୍ ମଧ୍ୟଭାଗରେ ପୂର୍ବ ଲଦାଖର ଗାଲଭାନରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ 35 ରୁ ଅଧିକ ଚୀନ୍ ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

By amfnews

Related Post