Sun. Mar 8th, 2026

ଚିଦାମ୍ୱରମଙ୍କୁ ଗିରଫ କଲା ଇଡି

173 Views

ନୂଆଦିଲ୍ଲୀ  : ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଗିରଫ କରିଛି। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗରିଫ କରିଛି। ଅପରାହ୍ନରେ ଚିଦାମ୍ୱରମଙ୍କୁ କୋର୍ଟରେ ହାଜର କରିବ ଇଡି। ପୂର୍ବରୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ।

ଗତକାଲି ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ମନିଲଣ୍ଡରିଂ ମାମଲାରେ ଚିଦାମ୍ୱରମଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ଦେଇଥିଲା। ଏହାପରେ ଚିଦାମ୍ୱରମ ଗିରଫ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ତିହାର ଜେଲରୁ ବାହାରକୁ ନେବା ପାଇଁ ଇଡି ପାଖରେ ଅନୁମତି ନାହିଁ। ତେଣୁ ଆଜି କୋର୍ଟରେ ଚିଦାମ୍ୱରମଙ୍କୁ ହାଜର କରିବ ଇଡି। ଏହାପରେ ପଚରାଉଚରା କରିବା ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚିଦାମ୍ୱରମଙ୍କୁ ସିବିଆଇ ଅଗଷ୍ଟ ୨୧ରେ ଗିରଫ କରିଥିଲା। ଚିଦାମ୍ୱରମ ୨୦୦୭ରେ ଅର୍ଥମନ୍ତ୍ରୀ ଥିବାବେଳେ ବେଆଇନ ଭାବରେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦେଇଥିଲେ ବୋଲି ସିବିଆଇ ଦର୍ଶାଇଥିଲା। ଏହାପରେ ତାଙ୍କୁ ରାତିରେ ନାଟକୀୟ ଭାବରେ ଗିରଫ କରିଥିଲା। ଏବେ ସେ ପାଖାପାଖି ୫୫ ଦିନ ହେବ ସିବିଆଇ ଏବଂ ବିଚାର ବିଭାଗୀୟ ହେପାଜତରେ ରହିସାରିଲେଣି।

By amfnews

Related Post