Sun. Apr 20th, 2025

ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ଘରୋଇ ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ

By amfnews Sep 4, 2019 #Featured
290 Views

ଭୁବନେଶ୍ୱର  :   ଚାକିରି ପ୍ରଲୋଭନ ଦେଇ ଛତିଶଗଡ଼ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ସତ୍ୟ ମାଇକ୍ରୋ କ୍ୟାପିଟାଲ ଲିମିଟେଡ୍‌ର ଓଡ଼ିଶା ମୁଖ୍ୟ ଜୟ କୁମାର। ଘର ଉତ୍ତରପ୍ରଦେଶରେ। ସାକ୍ଷାତକାର ନେବା ଆଳରେ ସେ ଯୁବତୀଙ୍କୁ ଭୁବନେଶ୍ୱରର ଏକ ହୋଟେଲକୁ ଡକାଇ ଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀଜଣଙ୍କ ଅଭିଯୋଗ କରିବାରୁ ପୁଲିସ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ରେ ଥିବା ସଂସ୍ଥାର ରାଜ୍ୟ କାର୍ଯ୍ୟାଳୟରେ ଚଢ଼ଉ କରି ତାଙ୍କୁ ଗିରଫ କରିଛି। ଦଫା ୩୭୬ ବଳରେ ଏକ ମାମଲା ରୁଜୁ ହେବା ସହ ତାକୁ କୋର୍ଟଚାଲାଣ କରାଯାଇଛି। ଅପରପକ୍ଷେ ପୀଡ଼ିତାଙ୍କୁ ପୁଲିସ ତାଙ୍କ ପରିବାର ଜିମା ଦେଇଛି।

ପୁଲିସ ସୂଚନା ମୁତାବକ, ସଂସ୍ଥାର ମୁଖ୍ୟାଳୟ ଦିଲ୍ଲୀରେ ରହିଥିବା ବେଳେ ଦେଶରେ ୧୪ଟି ରାଜ୍ୟରେ ଏହି ସଂସ୍ଥା କାମ କରୁଛି। ଓଡ଼ିଶାରେ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନିରେ ଏହାର ରାଜ୍ୟ ମୁଖ୍ୟାଳୟ ରହିଛି। ପୂର୍ବରୁ ରାୟପୁର ଶାଖା ମୁଖ୍ୟ ଥିବା ବେଳେ ଜୟଙ୍କ ସହ ପୀଡ଼ିତାଜଣଙ୍କ ତାଙ୍କ ଅଧୀନରେ କାମ କରୁଥିଲେ। ତେବେ ସଂସ୍ଥାର କେତେକ ବିଧି ବ୍ୟବସ୍ଥା ସହ ଖାପ ଖୁଆଇ ନପାରି ୬ ମାସ ତଳେ ସେ ଚାକିରି ଛାଡ଼ି ଦେଇଥିଲେ। ଜୟକୁମାର ଓଡ଼ିଶାରେ କାର୍ଯ୍ୟରେ ଯୋଗ ଦେବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଏଠାରେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଚାକିରି ପାଇଁ ସାକ୍ଷାତକାର ଦେବାକୁ ଗତ ୧ ତାରିଖ ଧାର୍ଯ୍ୟ ହୋଇଥିଲା। କଳ୍ପନା ଛକରେ ଥିବା ହୋଟେଲ ଭାବଲକ୍ଷ୍ମୀର ୩୦୩ ନମ୍ବର ରୁମ୍‌ ଯୁବତୀଙ୍କ ପାଇଁ ବୁକିଂ ହୋଇଥିଲା। ତେବେ ‘ଦିଲ୍ଲୀରୁ ବଡ଼ ଅଫିସର ଆସିବା ପରେ ଚାକିରି ଫାଇନାଲ କରିବେ, ଏଣୁ ଆଉ ଦୁଇ ଦିନ ରହିବାକୁ ପଡ଼ିବ’ ବୋଲି ଜୟକୁମାର ଯୁବତୀଙ୍କୁ କହିଥିଲେ। ଚାକିରି ଲୋଭରେ ଯୁବତୀଜଣଙ୍କ ରହିଥିଲେ। ଜୟକୁମାର ମଧ୍ୟ ଏହି ହୋଟେଲର ୩୦୨ ନମ୍ବର ରୁମ୍‌ରେ ରହୁଥିଲେ। ଗତ ରାତିରେ ଏସି ଖରାପ ହେବା ବାହାନା କରି ଜୟ କୁମାର ଯୁବତୀଙ୍କ ରୁମ୍‌ରେ ପଶି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଯାଇଛି।

By amfnews

Related Post