Sat. Mar 7th, 2026

ଘରବାଡ଼ି ବିବାଦରୁ ନିର୍ମମ ହତ୍ୟା : ରାତି ଅଧରେ ହାଣି ଦୁଆରେ ଫିଙ୍ଗିଦେଲେ

508 Views

ନୂଆଗାଁ : ଘରବାଡ଼ି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ରାତିଅଧିଆ ତାଙ୍କୁ ହାଣି ଦୁଆରେ ଫିଙ୍ଗି ଦେବା ପରେ ଶବ ବାହାରେ ୫ ଘଣ୍ଟା ଧରି ପଡ଼ି ରହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିବା ସହିତ ସନ୍ଦେହ କରି ପଡ଼ିଶା ଘରର ଜଣେ ବ୍ୟକ୍ତିକୁ ଆଣି ଥାନାରେ ଅଟକ ରଖିଛି।

ଘଟଣାରୁ ପ୍ରକାଶ, ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ରାଉତ (୫୦) ଜଣେ ରୋଷେୟା ଭାବେ ଦଶପଲ୍ଲା ବୈକୁଣ୍ଠ ଭବନ ହୋଟେଲରେ କାର୍ଯ୍ୟ କରନ୍ତି। କୃଷ୍ଣଚନ୍ଦ୍ର ରାଉତଙ୍କ ପରିବାର ଏବଂ ପାଖ ପଡ଼ୋଶୀ ବିଶ୍ବନାଥ ସାହୁଙ୍କ ପରିବାର ମଧ୍ୟରେ ବହୁଥର ବିବାଦ ଲାଗି ରହିଥିଲା। ଗତକାଲି କୃଷ୍ଣଚନ୍ଦ୍ର ହୋଟେଲରୁ କାମ ସାରି ରାତି ପ୍ରାୟ ୧୨ଟାରେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ କୃଷ୍ଣଚନ୍ଦ୍ରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। କୃଷ୍ଣଚନ୍ଦ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଘର ଆଗରେ ପକାଇ ଦେଇଥିଲେ। ଆଜି ସକାଳୁ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ସଂଜୁ ରାଉତ ନିଜ ଜଳଖିଆ ଦୋକାନ ଖୋଲିବାକୁ ବାହାରକୁ ବାହାରିବା ସମୟରେ ସ୍ବାମୀଙ୍କ ଶରୀର ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାହାରେ ପଡିଥିବା ଦେଖିବାକୁ ପାଇଥିଲେ। ଏ ନେଇ ନୂଆଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post