Sun. Mar 8th, 2026

ଗୁଣି ଗାରେଡ଼ି ସନ୍ଦେହରେ ଜଣେ ୭୦ ବର୍ଷୀୟା ମହିଳାଙ୍କ ସମେତ ଦୁଇଜଣଙ୍କୁ ହତ୍ୟା

196 Views

ଯୋଡ଼ା  : ପୁଣି ଗୁଣି ଗାରେଡ଼ି ସନ୍ଦେହରେ ଘଟିଛି ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲାର ବାମେବାରି ଥାନା ଅନ୍ତର୍ଗତ ନାକଡ଼ାପାଲି ଗାଁରେ ଘଟିଛି ଏହି ଅଘଟଣ। ଏଥିରେ ଦୁଇଜଣଙ୍କର ପ୍ରାଣହାନି ଘଟିଛି। ଦୁଇ ମୃତକଙ୍କ ନାଆଁ ହେଲା ସୁବାସ ମୁଣ୍ଡା (୭୦) ଓ ଚୈତନ୍ୟ ମୁଣ୍ଡା (୪୦)।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତିନିଜଣ ଲୋକ କେନ୍ଦୁଝର ଜିଲ୍ଲାର ବାମେବାରି ଥାନା ଅନ୍ତର୍ଗତ ନାକଡ଼ାପାଲି ଗାଁର ସୁବାସ ମୁଣ୍ଡାଙ୍କୁ ମେଡିକାଲ ନେବାକୁ କହି ଘରୁ ନେଇଥିଲେ। ଗୁଣି ଗାରେଡ଼ି ସନ୍ଦେହ କରି ତାଙ୍କୁ ଅନ୍ୟ ଏକ ସ୍ଥାନରେ ହତ୍ୟା କରି ରାତିରେ ଘର ପାଖରେ ସୁବାସ ମୁଣ୍ଡାଙ୍କ ମୃତ ଦେହକୁ ପକାଇ ଚାଲିଯାଇଥିଲେ।

ଠିକ ସେହିଭଳି ଚୈତନ୍ୟ ମୁଣ୍ଡାଙ୍କୁ ଘରୁ ଟାଣି ଆଣି ପିଟିପିଟି ସୁବାସଙ୍କ ଘର ପାଖରେ ଟାଙ୍ଗିଆ ବେଣ୍ଟରେ ମାରିଥିଲେ। ଘଟଣାସ୍ଥଳରେ ଚୈତନ୍ୟଙ୍କର ମୃତ୍ୟୁ ହୋଇଥିଲା। ଭୟରେ ସୁବାସଙ୍କର ପୁଅ ,ବୋହୂ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଆଜି ସକାଳେ ଜଣେ ଅଭିଯୁକ୍ତ ବାମବେରା ଥାନାରେ ଆତ୍ମସମର୍ପଣ କରିଥିଲେ। ଆଉ ଦୁଇଜଣ ଫେରାର ଅଛନ୍ତି। ଚୈତନ୍ୟଙ୍କୁ କାହିଁକି ହତ୍ୟା କରାଗଲା,ତାର କାରଣ ଅସ୍ପଷ୍ଟ ରହିଛି।ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

By amfnews

Related Post