Sun. Mar 8th, 2026

ଗୁଜରାଟ ରାଜ୍ୟସଭା ନିର୍ବାଚନ, କ୍ରସ ଭୋଟିଂ ପାଇଁ ହାରିଲା କଂଗ୍ରେସ

189 Views

ଅହମଦାବାଦ : ଗୁଜରାଟରେ ଖାଲି ପଡ଼ିଥିବା ଦୁଇଟି ରାଜ୍ୟସଭା ଆସନରେ ବିଜେପି ବିଜୟୀ ହୋଇଛି।  ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଓବିସି ନେତା ଜୁଗଲଜି ଠାକୁର ଏହି ଦୁଇ ଆସନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଗତକାଲି ଏହି ଦୁଇ ଆସନ ପାଇଁ ନିର୍ବାଚନ ହୋଇଥିଲା।

ଗୁଜରାଟ ବିଧାନସଭାରେ ଏସ ଜୟଶଙ୍କର ଓ ଜୁଗଲଜି ଠାକୁରଙ୍କୁ ୧୦୪ ଭୋଟ୍ ମିଳିଛିଯେଉଁଠି ବିଜେପିର ବିଧାୟକ ସଂଖ୍ୟା ୧୦୦ ଥିଲା। ଅନ୍ୟ ପଟେ ବିଟିପିର ୨ ଭୋଟ୍ ଓ ଏନସିପିର ୧ ଭୋଟ୍ ଥିଲା। ଏଥିରେ ଅଳ୍ପେଶ ଠାକୁର ଏବଂ ଧବଲ ସିଂହ ଜାଲାଙ୍କ ଦୁଇଟି ଭୋଟ୍ ସାମିଲ ଥିଲା। କିନ୍ତୁ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରି ନାହାନ୍ତି। ଗତକାଲି ରାଜ୍ୟସଭାର ଦୁଇ ଆସନ ପାଇଁ କ୍ରସ ଭୋଟିଂ କରିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଦୁଇ ବିଧାୟକ ଅଳ୍ପେଶ ଠାକୁର ଏବଂ ଧବଲସିହ୍ନା ଜଲ। କଂଗ୍ରେସ ଚନ୍ଦ୍ରିକା ଚୁଡଶମା ଏବଂ ଗୌରବ ପାଣ୍ଡ୍ୟାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଦଳରେ କ୍ରସ ଭୋଟିଂ ହୋଇଥିବାରୁ ଏହି ଦୁଇ ପ୍ରାର୍ଥୀ ହାରିଥିବା ଜଣାପଡ଼ିଛି।

By amfnews

Related Post