Sat. Mar 7th, 2026

ଗିନ୍ନୀ ଯାହା କହିବେ, କପିଲ ତାହା କରିବେ

380 Views

ମୁମ୍ବାଇ: ବେଶ୍‌ କିଛି ସମୟ ଧରି ବିବାଦରେ ଥିବା କମେଡିଆନ୍‌ କପିଲ ଶର୍ମା ଏବେ ନିଜର ବାହାଘର ଓ ଟେଲିଭିଜନ ପରଦାରେ ଫେରିବା କାରଣରୁ ଚର୍ଚ୍ଚାରେ ଅଛନ୍ତି। କପିଲ ନିଜର ଗାର୍ଲଫ୍ରେଣ୍ଡ ଗିନ୍ନୀ ଚତରଥଙ୍କୁ ଏଇ ଡିସେମ୍ବରରେ ବିବାହ କରୁଛନ୍ତି। ସେହି ମାସରେ ମଧ୍ୟ ତାଙ୍କର ନୂଆ ସୋ’ମଧ୍ୟ ପ୍ରସାରିତ ହେବ।
ଗିନ୍ନୀଙ୍କ ସଂପର୍କରେ କପିଲ କହିଛନ୍ତି ଯେ ସେ ଖୁବ୍‌ ଆଧ୍ୟାତ୍ମିକ ସ୍ୱଭାବର। ସେ ସବୁଦିନ ପୂଜାର୍ଚ୍ଚନା କରନ୍ତି ଓ କପିଲଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା ବି କରନ୍ତି। ଗିନ୍ନୀ ସବୁବେଳେ ତାଙ୍କ ଆଖପାଖରେ ରହିଥାନ୍ତି। କପିଲ ଶର୍ମା କହିଛନ୍ତି ଯେ ସେ ଗିନ୍ନୀଙ୍କ କଥା ମାନିବେ। ଗିନ୍ନୀଙ୍କ ନିଷ୍ପତ୍ତିକୁୁ ସେ ଅଗ୍ରାଧିକାର ଦେବେ।ଗିନ୍ନୀ ଓ କପିଲଙ୍କର ପ୍ରଥମ ସାକ୍ଷାତ ଜଳନ୍ଧରରେ ଏଚଏମ୍‌ବି କଲେଜରେ ପଢୁଥିବା ବେଳେ ହୋଇଥିଲା। ସେ ସମୟରେ ପକେଟ୍‌ ମନି ଲାଗି ନାଟକରେ ନିର୍ଦ୍ଦେଶନା ଦେଉଥିଲେ। ୨୦୦୫ରେ ଏକ ଅଡିସନ୍‌ ସମୟରେ ଗିନ୍ନୀଙ୍କ ସହିତ କପିଲଙ୍କର ସାକ୍ଷାତ ହୋଇଥିଲା। ସେବେଠାରୁ କପିଲ ଓ ଗିନ୍ନୀ ପରସ୍ପର ସହିତ ନିୟମିତ ଭାବେ ସଂପର୍କରେ ରହିଛନ୍ତି।

By amfnews

Related Post