Sat. Mar 7th, 2026

ଗାଁରେ ମିଳିଲା ଯୁବକଙ୍କ ମୃତ ଦେହ

283 Views

ବେତନଟୀ  : ମୟୁରଭଞ୍ଜ  ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଡାହିସାହି ଗାଁରେ ଥିବା ଏକ ପଡ଼ିଆରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ ଦେହ ଦେଖିବାକୁ ମିଳିଛି। ଉକ୍ତ ଯୁବକଙ୍କ ନାଆଁ ଗୋପୀନାଥ ନାୟକ । ତାଙ୍କର ବୟସ ୨୮ ବର୍ଷ ବୋଲି କୁହାଯାଉଛି। ଗୋପୀନାଥ ନାୟକଙ୍କ ଘର ବି ସେହି ଡାହିସାହି ଗାଁରେ ବୋଲି ଜଣାଯାଇଛି। ସେ ମୁହଁ ମାଡ଼ି ପଡ଼ିଥିଲେ। ତାଙ୍କ ମୁହଁ ଏବଂ ନାକରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା।

ଯୁବକଙ୍କୁ କେହି ଦୁର୍ବୃତ୍ତ ଅତି ବିଭିତ୍ସ ଭାବେ ହତ୍ୟା କରିଥିବାର ସନ୍ଦେହ କରାଯାଉଛି । ଆଉ କେହି କେହି କହୁଛନ୍ତି ଯେ ଏହା ମଦ୍ୟପାନଜନିତ ମୃତ୍ୟୁ। କାରଣ ଗତକାଲି ରାତିରେ ଗୋପୀନାଥ ପ୍ରଚୁର ମଦ୍ୟପାନ କରିଥିଲେ। ତେବେ ଏହି ଘଟଣାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଖୁବ ଶୀଘ୍ର ଏହା ଏକ ହତ୍ୟାକାଣ୍ଡ ନା ମଦ୍ୟପାନଜନିତ ମୃତ୍ୟୁ ତାହା ତଦନ୍ତ ପରେ ଜଣାଯିବ।

By amfnews

Related Post