Sat. Mar 7th, 2026

ଗଙ୍ଗାକୁ ପ୍ରଦୂଷିତ କରିଲେ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା

175 Views

ନୂଆଦିଲ୍ଲୀ: ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲିଠାରୁ ସଂସଦରେ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଏଥିନେଇ ଏକ ବିଲ ଆଣିବାର ଯୋଜନା କରିଛନ୍ତି। ଏହି ବିଲ ପାସ ହେଲେ ଗଙ୍ଗା ପ୍ରଦୂଷଣ କରୁଥିବା ଲୋକମାନଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା ରହିଥିବାର ସୂଚନା ମିଳିଛି।

ଇତିମଧ୍ୟରେ ଜଳଶକ୍ତି ମନ୍ତ୍ରାଳୟ ଏନେଇ ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ମଞ୍ଜୁରି ଲାଗି ପଠାଇଥିବା ଜଣାଯାଇଛି। ଏହି ବିଲରେ ୧୩ଟି ଚାପ୍ଟର ରହିଛି। ଏଥିରେ ବେଆଇନ ନିର୍ମାଣ କାର୍ଯ୍ୟ, ଜଳରେ ଗତିକୁ ରୋକିବା, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନ ଫୋପାଡ଼ିବା ପାଇଁ ଏହି ନିୟମ କରାଯାଇଛି।

Image result for ganga pollution

ଏହି ବିଲରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି କେହି ବେଆଇନ ଭାବରେ ଗଙ୍ଗାର ଗତି ରୋକିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଅତି କମରେ ୫୦ କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଖାଲି ସେତିକି ନୁହେଁ, ଯଦି ଗଙ୍ଗା କୂଳରେ କେହି ଘର କିମ୍ଵା ଦୋକାନ ପାଇଁ ଘର ନିର୍ମାଣ କରନ୍ତି ତେବେ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି।

By amfnews

Related Post