Sun. Mar 8th, 2026

ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

198 Views

ସାଲେପୁର  :   କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସୁଜାତା ଦାସ ଏବଂ ସୁମନ ଦାସ। ଏ ଦୁହେଁ ଦାଦା ଓ ବଡ଼ବାପା ଝିଅ ଭଉଣୀ।  ତେବେ ସେମାନଙ୍କର ଅନ୍ୟ ଜଣେ ଭଉଣୀ ସୁନୀତା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ସକାଳେ ଏ ତିନି ଜଣ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇଥିଲେ। ତେବେ ଶୁକୁପାଇକା ନଈରେ ଗୋଡ଼ ଖସି ସୁଜାତା ଓ ସୁମନ ବୁଡ଼ି ଯାଇଥିଲେ। ସୁନୀତା ବି ନଦୀରେ ବୁଡ଼ି ଯାଇଥିଲେ। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୁଜାତା ଓ ସୁମନଙ୍କୁ ଗାଁ ଲୋକେ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହା ପରେ ବ୍ୟବଚ୍ଛେଦ ପାଇଁ ସେମାନଙ୍କ ମୃତଦେହକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ଏ ଘଟଣା ପରେ ସଫିପୁର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

By amfnews

Related Post