Mon. Nov 25th, 2024

କ୍ରିକେଟ ପ୍ରେମୀଙ୍କ ମନ ଜିଣିଲେ ଓ୍ଵାଟସନ୍‌, ଜିତିବା ଲକ୍ଷ ନେଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ କରି ଚାଲିଥିଲେ ସଂଘର୍ଷ

By amfnews May 14, 2019 #Featured
132 Views

ନୂଆଦିଲ୍ଲୀ : ଆଇପିଏଲ ୨୦୧୯ରେ ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଆଇପିଏଲର ତାଜ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍‌ସ । ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ହାରିଗଲା ସତ, କିନ୍ତୁ କୋଟି କୋଟି କ୍ରୀଡାପ୍ରେମୀଙ୍କ ମନ ଜିଣିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ ସେନ୍‌ ଓ୍ଵାଟସନ୍‌ । ସୁପରସଣ୍ଡେର ଫାଇନାଲ ଫାଇଟରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଭାବବିହ୍ଵଳ କରିଦେଇଛି ।

ମ୍ୟାଚର ଦ୍ୱିତୀୟ ଇନିଂସରେ ୧୫୦ ରନର ଟାର୍ଗେଟକୁ ନେଇ ଯେତେବେଳେ ଚେନ୍ନାଇ ବ୍ୟାଟିଂ କରୁଥିଲା, ସେତେବେଳେ ଜଣଙ୍କ ପରେ ଜଣେ ବ୍ୟାଟ୍‌ସମ୍ୟାନ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଯାଉଥିଲେ । ଆଉ ଅନ୍ୟପଟେ ଦଳର ବିଜୟ ପାଇଁ ଏକାକୀ ସଂଘର୍ଷ କରୁଥିଲେ ସେନ୍‌ ଓ୍ଵାଟସନ୍‌ । ତେବେ ଖେଳର ମଧ୍ୟଭାଗରେ କ୍ୟାମେରାରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଓ୍ଵାଟସନ୍‌ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଥିଲା । ତେବେ କାହାରିକୁ କିଛି ନକହି ଚେନ୍ନାଇର ବିଜୟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟାଟିଂ ଜାରି ରଖିଥିଲେ ଏହି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟ ତାରକା ।

By amfnews

Related Post