Tue. Dec 24th, 2024

କୋଭିଡ-୧୯ କଟକଣା ମଧ୍ୟରେ ଆଜିଠୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

By amfnews Sep 29, 2020 #Featured
137 Views

ଭୁବନେଶ୍ୱର, ସେପ୍ଟେମ୍ବର ୨୯ : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । କୋଭିଡ-୧୯ କଟକଣା ଯୋଗୁଁ ବିଧାନସଭାର ଅଧିବେଶନରେ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କାରଣ ବିଗତ ୩ ଦିନ ମଧ୍ୟରେ ହୋଇଥିବା କରୋନା ପରୀକ୍ଷା ପରେ ୧୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୩ ଜଣ ମନ୍ତ୍ରୀ ଓ ଜଣ ବିଧାୟକ ମଧ୍ୟ ଅଛନ୍ତି । ସେହିପରି ବିଧାନସଭା ଉପବାଚସ୍ପତି ରାଜନୀକାନ୍ତ ସିଂ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଗତ ଶନିବାର ଠାରୁ ୩ ଦିନ ଧରି ବିଧାନସଭା ପରିସରରେ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କର କରୋନା ନମୁନା ପରୀକ୍ଷା ହୋଇଥିଲା । ମୋଟାମୋଟି ଭାବେ କହିବାକୁ ଗଲେ କରୋନା ଭାଇରସ ମହାମାରୀ ଯୋଗୁଁ ସାମାଜିକ ଦୂରତା ଓ ସଂକ୍ରମଣରୁ ବର୍ତ୍ତିବା ଲାଗି ସବୁ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି ।

ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଅକ୍ଟୋବର ୭ ତାରିଖ ଯାଏଁ ଜାରି ରହିବ । ଏଥିରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ସାମିଲ ରହିବ । ରାଜ୍ୟ ସରକାର ଏହି ଅଧିବେଶନରେ ୯ଟି ଅଧ୍ୟାଦେଶ ସମେତ ୧୬ଟି ବିଲ ଆଗତ ଓ ପାରିତ କରିପାରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ । ସେହିଭଳି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ମହୀଧର ରଣା, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ନିଜ ଗୃହ ଜିଲ୍ଲାରୁ ଥାଇ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ ।

ମୌସୁମୀ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ଦଳମାନେ ରଣନୀତି ପ୍ରସ୍ତୁତ କରିଛନ୍ତି ।

By amfnews

Related Post