Fri. Dec 27th, 2024

କେମିତି ରହିବ ଭାରତ-ଆମେରିକା ସଂପର୍କ? ବାଇଡେନ ପ୍ରଶାସନର ମୋଦୀ ସରକାର ସହ ହେଲା ଆଲୋଚନା

By amfnews Jan 28, 2021 #Featured
226 Views

ନୂଆଦିଲ୍ଲୀ, ଜାନୁଆରୀ ୨୮ : ଆମେରିକାର ନୂଆ ପ୍ରଶାସନ ବୁଧବାର ଭାରତର ଶ୍ରେଷ୍ଠ ନେତୃତ୍ୱ ସହିତ ସୌଜନ୍ୟତାମୂଳକ ସଂପର୍କ ଆରମ୍ଭ କରିଛି । ଏହି ଆଧାରରେ ପ୍ରତିରକ୍ଷାମନ୍ତ୍ରୀ ଲର୍ଡ ଆଷ୍ଟିନ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିଭନ ନିଜର ଭାରତ ସମକକ୍ଷ ରାଜନାଥ ସିଂହ ଓ ଅଜୀତ ଡୋଭାଲଙ୍କ ସହିତ ଇଣ୍ଡୋ-ପେସିଫିକରେ ପ୍ରତିରକ୍ଷା ସହଯୋଗ ଓ ସ୍ଥିତରତା ନେଇ ଆଲୋଚନା କରିଛନ୍ତି । ଟେଲିଫୋନ ଜରିଆରେ ହୋଇଥିବା ଏହି ପ୍ରଥମ ଆଲୋଚନାରେ ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗ, କୁଟନୈତିକ ଭାଗିଦାରୀକୁ ମଜୁବୁତ କରିବା କ୍ଷେତ୍ରରେ କାମ କରିବାକୁ ରାଜି ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟର ବୟାନ ଅନୁସାରେ ଦ୍ୱିପାକ୍ଷୀକ, ଆଂଚଳିକ ଓ ଗ୍ଲୋବାଲ ପ୍ରସଙ୍ଗରେ ଆଲୋଚନା ହୋଇଛି । 

ବିଦେଶ ମନ୍ତ୍ରାଳୟ ଡୋଭାଲ ଓ ସୁଲିୱଙ୍କ ଆଲୋଚନା ପରେ କହିଛି ଯେ, ଭାରତ ଓ ଆମେରିକା କୋଭିଡ-୧୯ଟିକା ପରେ ଉପୁଜିଥିବା ପରିସ୍ଥିତିକି ସାମୂହିକ ଭାବେ ଚ୍ୟାଲେଞ୍ଜିଂକୁ ସମ୍ମୁଖୀନ ହେବା ନେଇ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଉଭୟଙ୍କ ଆଲୋଚନା ସମୟରେ ଇଣ୍ଡୋ-ପେସିଫିକ ଅଂଚଳରେ ଆତଙ୍କବାଦ ଓ ଶାନ୍ତି ପ୍ରତିଷ୍ଠା ଭଳି ପ୍ରମୁଖ ପ୍ରସଙ୍ଗରେ କାମ କରିବାକୁ ରାଜି ହୋଇଛନ୍ତି । କିନ୍ତୁ ଆମେରିକା ସରକାର ଏହି ଆଲୋଚନା ନେଇ କୌଣସି ବୟାନ ଜାରି କରିନାହାନ୍ତି ।

By amfnews

Related Post