Sun. Feb 2nd, 2025

କେବଳ ରବିବାର ଦିନ ଖୋଲା ରହିବ ବହି ଦୋକାନ ଓ ଗ୍ୟାରେଜ

By amfnews Apr 15, 2020 #Featured
145 Views

ଯାଜପୁର  : ଗତ ଦୁଇଦିନ ପୂର୍ବରୁ ଲୋକଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଯାଜପୁର ଜିଲ୍ଲାପାଳ ଏକ ବଡ ନିଷ୍ପତ୍ତି ନେଇଥିଲେ । ଜିଲ୍ଲାରେ ବହି ଦୋକାନ,ସାଇକେଲ ଓ ମଟର ସାଇକେଲ ଗ୍ୟାରେଜ ଏବଂ ବିଦ୍ୟୁତ ସାମଗ୍ରୀ ମରାମତି ଦୋକାନ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଥିରେ ସାଧାରଣରେ ଅଧିକ ଭିଡ଼ ପରିଲକ୍ଷିତ ହେବା ସହ ଲୋକଙ୍କ ଅପବ୍ୟବହାର କରାଯାଉଥିବା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଗତକାଲି ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଜିଲ୍ଲା ପ୍ରଶାସନର ଚିନ୍ତାକୁ ଆହୁରି ଦ୍ବିଗୁଣିତ କରିଛି । ଆଜି ସକାଳୁ ଜିଲ୍ଲାପାଳ ବିଦ୍ୟୁତ ଉପକରଣ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସାଇକେଲ ମରାମତି ଦୋକାନ ସବୁଦିନ ଖୋଲା ରଖିବାକୁ କହିଛନ୍ତି ।

ଏଥିସହ ବହି ଦୋକାନ, ଗ୍ୟାରେଜ,ବିଦ୍ୟୁତ ମରାମତି ଦୋକାନ କେବଳ ରବିବାର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଥାଉ କି ଗତ ୧୩ ତାରିଖରେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହି ଓ ପାଠ୍ୟ ଉପକରଣ, ଗ୍ୟାରେଜ , ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଥିଲେ। ସରକାର ଜୁନ୍ ୧୭ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରିଥିବାରୁ ଏହି ସମୟରେ ଘରେ ରହୁଥିବା ଛାତ୍ରଛାତ୍ରୀ ପାଠପଢ଼ାରେ ସମସ୍ୟାରେ ପଡୁଛନ୍ତି।

ସମସ୍ତଙ୍କ ପାଖରେ ଆବଶ୍ୟକୀୟ ପାଠ୍ୟ ଉପକରଣ ନଥିବାରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ତେଣୁ ବାରମ୍ବାର ଅଭିଭାବକମାନଙ୍କର ଦାବିକୁ ବିଚାର କରି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏପରି ନିଷ୍ପତ୍ତି ନେଇଥିଲେ। ଏଥି ସହିତ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକ ଅନେକ ସମୟ‌ରେ ଯାନ୍ତ୍ରିକ ତ୍ରୁଟିରେ ପଡିଲେ ମଧ୍ୟ ମରାମତି ପାଇଁ ଦୋକାନ ଖୋଲା ରହୁନଥିଲା। ସେହି ଦୃଷ୍ଟିରୁ ଜିଲ୍ଲାପାଳ ଗ୍ୟାରେଜକୁ ଖୋଲିବାକୁ ଅନୁମତି ଦେଇଥିଲେ। ଖରାଦିନ ଥିବାରୁ ଲୋକମାନଙ୍କ ବିଦ୍ୟୁତ୍ ଉପକରଣ ଖରାପ ହେବାର ସମ୍ଭାବନା ରହିଥାଏ। ତେବେ ତାହାର ମରାମତି ସହ ନୂଆ ଉପକରଣ କିଣିବାକୁ ପ୍ରଶାସନ ବିଦ୍ୟୁତ୍ ଉପକରଣ ଓ ମରାମତି ଦୋକାନଗୁଡିକ ଖୋଲିବାକୁ ଅନୁମତି ଦେଇଥିଲେ । ତେବେ ଆଜି ଏହି ସବୁ ଅନୁମତିରେ କିଛି ପରିବର୍ତ୍ତନ କରାଯାଇଛି |

By amfnews

Related Post