Fri. Mar 6th, 2026

କେନ୍ଦ୍ରାପଡ଼ା: ହାତଗୋଡ ବାନ୍ଧି ଦେହରେ ନିଆଁ ଲଗାଇ ନଣନ୍ଦ, ଶାଶୁ ମାରିଦେବା ଅଭିଯୋଗ

362 Views

କେନ୍ଦ୍ରାପଡ଼ା, ଡିସେମ୍ବର ୩: ପାରିବାରିକ କଳହକୁ କେନ୍ଦ୍ର କରି ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତାଳସୁଆଁ ଗ୍ରାମରେ ଘଟିଛିଏକ ଅଭାବନୀୟ ଘଟଣା। ଜଣେ ନବବଧୂଙ୍କ ହାତଗୋଡ଼ ବାନ୍ଧି ଶାଶୁ, ଓ ୩ ନଣନ୍ଦ ତାଙ୍କ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ବଡ଼କୁଳ ଗ୍ରାମର ଗଗନ ବିହାର ଦାସଙ୍କ ଝିଅ ଭାରତୀ ସ୍ୱାଇଁଙ୍କର ତାଳସୁଆ ଁ ଗ୍ରାମର ନିଶାକର ସ୍ୱାଇଁଙ୍କ ପୁଅ ନିର୍ମଳ ସ୍ୱାଇଁଙ୍କୁ ୨ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ୭ ମାସର ଏକ ଝିଅ ରହିଛିି। ତେବେ ଗତକାଲି ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ଭାରତୀଙ୍କୁ ତାଙ୍କ ଶାଶୁ ଓ ୩ ନଣନ୍ଦ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିବା ମୃତ ଭାରତୀ ସ୍ୱାଇର୍ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି।

By amfnews

Related Post