Sun. Mar 8th, 2026

କେନ୍ଦ୍ରାପଡ଼ା ବିବାଦୀୟ ପଡ଼ିଆରେ ବିଜେପି ଟିମ୍‌ ପହଞ୍ଚିବା ପରେ ଚାପା ଉତ୍ତେଜନା

346 Views

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ନିୟନ୍ତ୍ରଣ ପାଇଁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ କୋହଳ କରାଯାଇ ନ ଥିବା ବେଳେ ଶୁକ୍ରବାର କେନ୍ଦ୍ରାପଡ଼ାରେ ରାଜ୍ୟ ବିଜେପି ଟିମ୍‌ ବିବାଦୀୟ ପଡ଼ିଆରେ ପହଞ୍ଚିବା ପରେ ଚାପା ଉତ୍ତେଜନା ଦେଖା ଦେଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ବିବାଦୀୟ ପଡ଼ିଆରେ ମନମୋହନ ସାମଲ, ପ୍ରତାପ ଷଡଙ୍ଗୀ, ଦିଲ୍ଲୀପ ମଲିକ, ଭୁବନ ଜେନା, ଗୀତା ସେଠୀ, ଉତ୍କଳ କେଶରୀ ପରିଡା ପହଞ୍ଚିବା ବେଳେ ସେଠାରେ ଗୋଟିଏ ଗୋଷ୍ଠୀର ସଙ୍ଗଠନର କିଛି ଲୋକ ପ୍ରତିବାଦ କରିଥିଲେ। ପୁଲିସ ଘଟଣାସ୍ଥଳରେ ସେମାନଙ୍କୁ ବୁଝାଶୁଝା ପରେ ପଠାଇ ଦେଇଥିଲା। ଏହି ଘଟଣା ନେଇ ଏସ୍‌ପିଙ୍କ ସହ ଆଲୋଚନା ଜାରି ରହିଛି।

ଗତକାଲି ରାଷ୍ଟ୍ରୀୟ ସୁରକ୍ଷା ସମିତି ଓ ବିଜେପି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବାବେଳେ ଜିଲ୍ଲାରେ ସ୍ୱାଭାବିକ ଜୀବନଯାତ୍ରା ଠପ୍‌ ହୋଇ ଯାଇଥିଲା। କେନ୍ଦ୍ରାପଡ଼ା ସହରରେ ସମସ୍ତ ଦୋକାନ ବଜାର, ସରକାରୀ ଅଫିସ୍‌, ସ୍କୁଲ, କଲେଜ ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ଗୋପ ଛକ, ଦୁହୁରିଆ, ତିନିମୁହାଣି, ଗରାପୁର ଛକ, ଦଣ୍‌ତାମୁଣ୍‌ତ ଛକ, କାଳୀ ମନ୍ଦିର ଛକ, ବ୍ଲକ୍‌ ଛକ, ଗୋଗୁଆ, କୋରୋ ଆଦି ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। କେବଳ ଆମ୍ବୁଲାନ୍‌ସ ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପରିସ୍ଥିତି ଉତ୍ତେଜନାମୂଳକ ରହିବାରୁ ପ୍ରଶାସନ ପକ୍ଷରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା।

By amfnews

Related Post