Sat. Mar 7th, 2026

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କିଏ ବୋଲି ପ୍ରଶ୍ନ କଲେ ଶିବସେନା ନେତା ସଞ୍ଜୟ ରାଉତ

255 Views

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ କେତେବେଳେ କ’ଣ ଘଟୁଛି ତାହା ଠିକଭାବେ ଜଣାପଡ଼ୁନି। ଗତକାଲି ସୋନିଆ ଗାନ୍ଧୀଙ୍କୁ ଏନସିପି ନେତା ଶରଦ ପାୱାର ଭେଟିବା ପରେ କହିଥିଲେ ଯେ ସେ ତାଙ୍କ ସହ ମହାରାଷ୍ଟ୍ରରେ ସରକାର ଗଠନନେଇ କୌଣସି ଆଲୋଚନା ହୋଇନାହିଁ। ଏହା ଶିବସେନାପାଇଁ ଅଧିକ ଚିନ୍ତାର କାରଣ ହୋଇଛି।

ଅପରପକ୍ଷରେ ବିଜେପି ଓ ଶିବସେନା ପରସ୍ପର ଭିତରେ ଥିବା ପାର୍ଥକ୍ୟକୁ ଭୁଲି ସରକାର ଗଠନ କରିବାକୁ ଆଗେଇ ଆସିବେ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି।ଆଠୱାଲେ କହିଛନ୍ତି ଯେ ସେ ବୁଝାମଣା ପାଇଁ ଶିବସେନାର ସଞ୍ଜୟ ରାଉତଜୀଙ୍କ ସହ କଥା ହୋଇଛନ୍ତି। ସେ ତାଙ୍କୁ ୩:୨ ଫର୍ମୁଲା କଥା କହିଛନ୍ତି। ଅର୍ଥାତ ବିଜେପିର ୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ଓ ଶିବସେନାର ୨ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ। ଏହାର ଉତ୍ତରରେ ସଞ୍ଜୟ କହିଛନ୍ତି ଯଦି ବିଜେପି ଏଥିରେ ରାଜି ହେବ, ତା’ହେଲେ ଆମେ ଏହାର ବିଚାର କରିବୁ ବୋଲି ମୋତେ ସେ ତାଙ୍କୁ କହିଛନ୍ତି।

ଏ ସମ୍ପର୍କରେ ସେ ବିଜେପିର ନେତୃବୃନ୍ଦଙ୍କ ସହ କଥା ବାର୍ତ୍ତା ଚଳାଇଥିବାର ବି ସୂଚନା ଦେଇଛନ୍ତି।ଏପଟେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେଙ୍କ ଏହି କଥା ଉପରେ ପ୍ରତିକ୍ରିୟା ରଖି ସଞ୍ଜୟ ରାଉତ କହିଛନ୍ତି ଯେ ରାମଦାସ ଆଠୱାଲେ କିଏ? ଏଥିରେ ତାଙ୍କର କି ଭୂମିକା ଅଛି? ତାଙ୍କର କେତେ ଏମଏଲଏ ଓ ଏମପି ଅଛନ୍ତି?

By amfnews

Related Post