ରାଉରକେଲା, ୧୪ା୧୧ : କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଅକାଳ ବିୟୋଗରେ ବିଜେପି ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଦଳୀୟ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତୃବୃନ୍ଦ ଓ ଉପସ୍ଥିତ କର୍ମୀମାନେ ସ୍ୱର୍ଗତ କୁମାରଙ୍କ ପ୍ରତି ସଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ଜିଲା ସଭାପତି ଶ୍ରୀ ବେହେରା, ରାଜ୍ୟ ଉପସଭାନେତ୍ରୀ ତଥା ଜିଲା ପ୍ରଭାରୀ ସୁକେଶୀ ଓରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କଳ୍ପନା ଲେଙ୍କା, ଜିଲା ସାଧାରଣ ସମ୍ପାଦକ ଦିଲୀପ ଦାଶ, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ, ରଘୁନାଥପାଲୀର ପୂର୍ବତନ ବିଧାୟକ ପ୍ରାର୍ଥୀ ସନ୍ତୋଷ ବେହେରା, ଜିଲା କୃଷକ ମୋର୍ଚ୍ଚା ସଭାପତି ମଳୟ ମହାପାତ୍ର, ଷ୍ଟିଲ୍ ଟାଉନସିପ୍ ପୂର୍ବ ମଣ୍ଡଳ ସଭାପତି ପରମେଶ ମିଶ୍ର ନେତୃବୃନ୍ଦ ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ କୁମାରଙ୍କ ବିୟୋଗରେ ବିଜେପିର ଅପୂରଣୀୟ କ୍ଷତି ହେଲା ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ ।
ସେ ଜଣେ ନିଷ୍ଠାପର କର୍ମୀ ଓ ଜଣେ ନିଷ୍ଠାବାନ ଦେଶପ୍ରେମୀ ଥିଲେ । ଏହି ଶୋକସଭାକୁ ଜିଲା ସାଧାରଣ ସମ୍ପାଦକ ଦିଲୀପ ଦାଶ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାଶ ଓ ରଘୁ ବଳ, ଜିଲା ସମ୍ପାଦକ ନାରାୟଣ ମହାନ୍ତି ଓ ଦୀପକ ତିୱାରୀ, ଜିଲା ଓବିସି ମୋର୍ଚ୍ଚା ସଭାପତି ବସନ୍ତ ସାମଲ, ଜିଲା ଏସ୍ଟି ମୋର୍ଚ୍ଚା ସଭାପତି ଭ୍ରମରବର ବେହେରା, ଜିଲା ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଶେଖ ମୁଜାହିଦ, ମଣ୍ଡଳ ସଭାପତି ଅଜୟ କଂସାରୀ, ଭବାନୀ କବି, କେଦାର ମହାନ୍ତି, ରମାକାନ୍ତ ଜେନା, ଅମୃତଲାଲ ଓରାମ, ରଘୁନାଥପାଲୀ କ୍ଷେତ୍ର ବିସ୍ତାରକ ବିଶ୍ୱଜିତ ସାମନ୍ତରାୟ, ବନ୍ଧୁଆ ବେହେରା, ଭଜମନ ବେହେରା, ଶମ୍ଭୁନାଥ ସିଂ, ରଜତ ବିଶ୍ୱକର୍ମା, ବିଜୟ କୁମାର କିସାନ, ସୁଜିତ ଚୌଧୁରୀଙ୍କ ସମେତ ବହୁ କର୍ମୀ ଉପସ୍ଥି ଥିଲେ ।