Sat. Mar 7th, 2026

କେତେ ସୁରକ୍ଷିତ ସ୍ୱଧାର ଅନ୍ତେବାସୀ?:୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳିନି

Building of police station and cartoon character of policeman. Policeman officer cartoon cop, vector illustration
337 Views

ବଲାଙ୍ଗୀର: ନିଜ ଅଞ୍ଚଳର ସବୁ ଆଶ୍ର୍ରୟ ଗୃହ ପରିଦର୍ଶନ କର। ଅନ୍ତେବାସୀ, ପରିଦର୍ଶକ, ପରିବେଶ, ସୁରକ୍ଷା ନେଇ ରିପୋର୍ଟ ଦିଆ ଓଡ଼ିଶା ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଡିଜି ଡା.ଶର୍ମାଙ୍କ ନିର୍ଦ୍ଦେଶକୁ କେତେ କାର୍ଯ୍ୟକାରୀ କରିଛି ଜିଲ୍ଲା ପୁଲିସ? ପୁଲିସ ମୁଖିଆ ରାଜ୍ୟ ମୁଖ୍ୟାଳୟରୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କହୁଥିବା ବେଳେ ଏହାକୁ ବଲାଙ୍ଗୀର ଜିଲ୍ଲାରେ ବେଖାତିର କରାଯାଉଛି। ଜିଲ୍ଲା ପୁଲିସ ମୁଖ୍ୟ ଏନେଇ ବେପରୁଆ। କେବଳ ସେତିକି ନୁହେଁ, ଖୋଦ୍‌ ପୁଲିସ ଆଶ୍ରୟ ଗୃହରେ ଥିବା ଜଣେ ଅନ୍ତେବାସୀଙ୍କୁ ଅପହରଣ କରି ନେଇଥିବା ବେଳେ ଗଲା ୫ ମାସ ହେଲା ନିଖୋଜ ଅନ୍ତେବାସୀଙ୍କର କୌଣସି ଖୋଜଖବର ନାହିଁ।
ବଲାଙ୍ଗୀର ସହରର ସାଲେପାଲିରେ ରହିଛି ସ୍ୱଧାର ଗୃହ। ଏହି ଗୃହରେ ୫ଟି ଘରେ ରହୁଛନ୍ତି ପ୍ରାୟ ୭୪ଜଣ ମହିଳା ଓ ଶିଶୁ। ୨୦୧୬ ସେପଟେମ୍ବର ୧ ତାରିଖରେ ସ୍ଥାନୀୟ ଟିକ୍ରାପଡ଼ା ଛକରୁ ଦୁଇଜଣ ଛତିଶଗଡି ଯୁବତୀଙ୍କୁ ଉଦ୍ଧାର କରିଥିଲା ବଲାଙ୍ଗୀର ପୁଲିସ। ସେମାନଙ୍କୁ ସ୍ଥାନୀୟ ସ୍ୱଧାର ଗୃହରେ ରଖାଯାଇଥିଲା।

ସ୍ୱଧାରରେ ରହୁଥିବା ଜଣେ ଛତିଶଗଡି ଯୁବତୀଙ୍କ ସହ କଥା ହେଉଥିଲେ ଇନ୍ଦ୍ରମଣି ଯୁଏଡ ନାମକ ଜଣେ କନେଷ୍ଟବଳ। ଗତ ମାର୍ଚ୍ଚ ୧୧ ତାରିଖରେ ସ୍ୱଧାର ଗୃହ ପରିସରରୁ ଛତିଶଗଡି ଯୁବତୀଙ୍କୁ ବାଇକ୍‌ରେ ବସାଇ ନେଇଯାଇଥିଲେ ଇନ୍ଦ୍ରମଣି। ଏସଂପର୍କରେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଜାତି ଭାଇ ବୋଲି ଥାନାରେ ଅଟକ ରଖି ଅପହୃତ ଯୁବତୀଙ୍କୁ ଉଦ୍ଧାର କରିବାକୁ ପୁଲିସ ପ୍ରୟାସ କରିଥିଲା। ଅନେକ ଖୋଳତାଡ ପରେ ବି ମିଳିଲେନି ଯୁବତୀ। ପୁଲିସ ଅଟକ ଇନ୍ଦ୍ରମଣିଙ୍କୁ ଥାନାରେ ରଖିଥିବା ବେଳେ ପୁଲିସକୁ ଚକମା ଦେଇ ଫେରାର ହେଇଯିବା ପାଇଁ ଉଦ୍ୟମ କରିଥିଲେ। ପୁଲିସ ତାଙ୍କୁ ଗୋଡେଇ ଗୋଡେଇ ଧରିବା ସହ କୋର୍ଟ ଚାଲାଣ କରିଥିଲା। ଏତିକିରେ ସରିଗଲା ପ୍ରସଙ୍ଗ। ମିଳିଲେନି ଯୁବତୀ କି ଆଉ ଖୋଜଖବର ବି ଲଗାଇଲାନି ପୁଲିସ। କନେଷ୍ଟବଳ ବାବୁ ଅପହରଣ କରିଥିବା ଯୁବତୀ ଜଣଙ୍କ ଏବେ କେଉଁଠି? ଇତିମଧ୍ୟରେ ୫ ମାସ ବିତିଗଲାଣି।

By amfnews

Related Post