Tue. Mar 10th, 2026

କାର୍ଯ୍ୟରତ ଏମବିବିଏସ୍ ଛାତ୍ରଙ୍କୁ ଅଶାଳୀନ ବ୍ୟବହାର ପ୍ରତିବାଦରେ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ

219 Views

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲ, ଗୋବିନ୍ଦ ବଲ୍ଲଭ ପନ୍ଥ, ମୌଲାନା ଆଜାଦ ମେଡ଼ିକାଲ କଲେଜ ଓ ଗୁରୁନାନକ ଆଇ ସେଣ୍ଟରର ରେସିଡେଣ୍ଟ ଡାକ୍ତରମାନେ କାର୍ଯ୍ୟବନ୍ଦ କରିଛନ୍ତି। ମୌଲାନା ଆଜାଦ ମେଡ଼ିକାଲ କଲେଜ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ଯେ ଗତ ରାତିରେ ଜଣେ ଏମବିବିଏସ୍ ଛାତ୍ର ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ପ୍ରତି ଅଶାଳୀନ ଆଚରଣ କରାଯାଇଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସକାଳ ସିଫ୍ଟର ଏମର୍ଜେନସି ସେବା ସଂପୂର୍ଣ୍ଣ ବନ୍ଦ ହୋଇଥିବା ଜଣାଯାଇଛି।

ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଡାକ୍ତରମାନେ ଦାବି କରିଛନ୍ତି । ମେଡ଼ିକାଲରେ ଅଧିକ ପୁଲିସ ନିୟୋଜିତ କରାଯିବାକୁ ସରକାର ଲିଖିତ ଆକାରରେ ଦେବାକୁ ଆନ୍ଦୋଳନକାରୀ କହିଛନ୍ତି । ସେପଟେ ଅଚଳାବସ୍ଥା ଦେଖି ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ ସଚିବଙ୍କ ସହିତ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରେସିଡେଣ୍ଟ ଡାକ୍ତର ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ଜଣାଯାଇଛି ।

By amfnews

Related Post