Sat. Nov 23rd, 2024

କାଠୁଆ ଦୁଷ୍କର୍ମ ମାମଲାର ଆନ୍ଦୋଳନକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜେଏନୟୁ ଛାତ୍ରୀ

By amfnews Oct 22, 2018 #Featured
175 Views

Khabar Odisha:JNU-student-alleged-rape-a-man-leading-protests-against-the-kathua-sexual-assault
ନୂଆଦିଲ୍ଲୀ, ଅକ୍ଟୋବର ୨୨: ମି ଠୁ ଆନ୍ଦୋଳନ ବଳରେ ପୁଣି ଏକ ସଂଗୀନ ମାମଲା ଲୋକଲୋଚନକୁ ଆସିଛି । କାଠୁଆ ଦୁଷ୍କର୍ମ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଜଣେ ଆନ୍ଦୋଳନକାରୀଙ୍କ ବିରୋଧରେ ଜଣେ ଜେଏନୟୁ ଛାତ୍ରୀ ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ପୀଡ଼ିତା ନିଜର ପରିଚୟକୁ ସ୍ପଷ୍ଟ କରି ନାହାନ୍ତି । ଯଦିଓ ସେ ସିଧାସଳଖ ଦୁଷ୍ମର୍ମକାରୀଙ୍କ ବିରୋଧରେ ଅଭିଯୋଗ ଆଣି ନାହାନ୍ତି, ତଥାପି ଅଭିଯୋଗରୁ ଜଣାପଡୁଛି ଯେ, ଘଟଣା ସହିତ ଜମ୍ମୁ କଶ୍ମୀର ନିବାସୀ ତାଲିବ ହୁସେନ ଏଥିରେ ସଂପୃକ୍ତ ଅଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୀଡ଼ିତା ଲେଖିଛନ୍ତି ଯେ, ସେହି ବ୍ୟକ୍ତି ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା । ପରେ ନିକାହ କରିବାକୁ କହିଥିଲା । ତାଲିବ ହୁସେନଙ୍କ ନାମ ଚର୍ଚ୍ଚାକୁ ଆସିଥିଲା, କାରଣ ସେ କାଠୁଆ ଆନ୍ଦୋଳନରେ ବହୁ ସକ୍ରିୟ ଥିଲେ ।

ପୀଡ଼ିତା ଲେଖିଛନ୍ତି, ଅଭିଯୁକ୍ତ ଯେତେବେଳେ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା, ବହୁ ବିରୋଧ କରିଥିଲି । ଘଟଣା ଦିନ ମୁଁ ତୀବ୍ର ବିରୋଧ କରିଥିଲି କିନ୍ତୁ ଶେଷରେ ହାରି ଯାଇଥିଲି । ମୋତେ ବହୁତ ଯନ୍ତ୍ରଣା ହୋଇଥିଲା । ସେ ଚିତ୍କାର କରି କହୁଥିଲା, ନୀରବ ରୁହ, ପରେ ସେ ମୋତେ ନିକାହ କରିବାକୁ କହିଥିଲା ।

କ’ଣ ଲେଖିଛନ୍ତି ପୀଡ଼ିତା

କାଠୁଆ ଦୁଷ୍କର୍ମ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା । ସେହି ସମୟରେ ଜମ୍ମୁ କଶ୍ମୀର ଆନ୍ଦୋଳନକାରୀ ସବୁଠାରୁ ଆଗରେ ଥିଲେ । ସେ ଅଭିଯୁକ୍ତଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଦେଶର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଭାଷଣବାଜି କରିଥିଲେ । ଜେଏନୟୁ, ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟକୁ ସେ ଭାଷଣ ଦେବାକୁ ଆସିଥିଲେ ।  ଜେଏନୟୁକୁ ମାର୍ଚ୍ଚ ୨୭ରେ ଆସି ଛାତ୍ରଛାତ୍ରୀଙ୍କ ସହିତ ମିଶି ଯାଇଥିଲେ । ଏପ୍ରିଲରେ ସେ ପୁଣି ଥରେ ଆସିଥିଲେ ।

By amfnews

Related Post