Tue. Dec 24th, 2024

କଳାହାଣ୍ଡିରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି, ଲୁଟିନେଲେ 40 ତୋଳା ସୁନାଗହଣା ଓ ବୁଲେଟ

By amfnews Dec 26, 2020
174 Views

ଭୁବନେଶ୍ୱର, ଡିସେମ୍ବର 26 :ବନ୍ଧୁକ ଦେଖାଇ ସୁନାଗହଣା ଲୁଟ  ।  କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେରରେ ବନ୍ଧୁକ ଦେଖାଇ ବଡ ଧରଣର ଡକାୟତି ହୋଇଥିବା ଅଭିଯୋଗ ଆସିଛି  ।

ଗତକାଲି ବିଳମ୍ବିତ ରାତିରେ ମୋଟେରରେ ଯଯାତି ପଟ୍ଟଯୋଶୀଙ୍କ ଘରକୁ ୫ଜଣ ଦୁର୍ବୁତ୍ତ ଘରର ପଛପଟୁ ପଶିଆସିଥିଲେ  ।  ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇଥିଲେ  ।  ଦୁର୍ବୁତ୍ତମାନେ ବନ୍ଧୁକ ଦେଖାଇ ଘରର ଦୁଇ ଛୋଟ ଛୁଆ ମାରି ଦେବାର ଧମକ ଦେଇ ତାଙ୍କ ଘରୁ ୪୦ତୋଳା ସୁନା, ଦୁଇଟି ମୋବାଇଲ,ଏଲଇଡି ଟିଭି ଓ ଗୋଟିଏ ବୁଲେଟ ଲୁଟି ନେଇଥିବା ଜଣାପଡିଛି । ଡ଼ଷ୍ଟର କାରକୁ ବି ନେବାକୁ ଚେଷ୍ଟା କରିଥିଲେ   । NH26 ମୋଟେର ଜୟପୁର ରାସ୍ତା କଡରେ ନିଛାଟିଆ ଘରକୁ ଦେଖି ଡକାୟତ ଦଳ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି । ଲୁଟ ପରେ ଘର ଲୋକଙ୍କୁ ଆଗପଟୁ କବାଟ ବନ୍ଦ କରି ଦେଇଥିଲେ । ପରେ କୋଣସି ପ୍ରକାରେ ଘର ଲୋକେ ସ୍ଥାନୀୟ ଲୋକଙ୍କୁ ଓ ପୋଲିସକୁ ଖବର ଦେଇଥିଲେ ।

କୋକସରା ଥାନା ଓ ମୋଟେର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ଘଟଣା ତଦନ୍ତ କରୁଛନ୍ତି ।

By amfnews

Related Post