Sat. Mar 7th, 2026

କରୋନା କବଳରୁ ମୁକ୍ତି ପାଇଁ ପୂଜାପାଠ

170 Views

ରାଉରକେଲା : କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ରୋଗ ଭଲ ହେବା ପାଇଁ କୌଣସି ଔଷଧ ବାହାରି ନାହିଁ। ଡାକ୍ତରମାନେ ଘରେ ରହିବା ସହ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି।

ହେଲେ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲୋକେ କରୋନାକୁ ଦୁରେଇ ଦେବା ପାଇଁ  ଭିନ୍ନ ଉପାୟ ଆପଣାଇଛନ୍ତି l ସେମାନେ ଏହି ମହାମାରୀଠୁ ଦୁରେଇ ରହିବା ପାଇଁ ପୂଜା ପାଠର ସାହାରା ନେଇଛନ୍ତି ।

ବିଶ୍ରା ବ୍ଲକର ଭାଲୁଲତା ଗ୍ରାମ ପଞ୍ଚାୟତର କପ୍ରଣ୍ଡା ଗାଁର ଲୋକେ ଘରେ ପୂଜାର୍ଚ୍ଚନା କରିବା ସହ ଝାଡୁ ଲଗାଇ ଘର, ବାହାର ସଫା କରିଛନ୍ତି। ପରେ ଗାଁର ମହିଳାମାନେ ସଫା କରିଥିବା ଆବର୍ଜନାକୁ ହାଣ୍ଡିରେ ପୁରାଇ ନେଇ ଗାଁ ବାହାରେ ଫୋପାଡ଼ି ଦେଇ ଆସିଛନ୍ତି। ଏହା କରିବା ଦ୍ୱାରା ସେମାନେ କୋରନାକୁ ଗାଁରୁ ତଡିଦେଇଛନ୍ତି ବୋଲି ସେମାନଙ୍କର ବିଶ୍ୱାସ ପ୍ରକଟ କରିଛନ୍ତି।

By amfnews

Related Post