Sun. Mar 8th, 2026

କରୋନା ଭାଇରସ ପାଇଁ ଦେଶରେ ପ୍ରଥମ ହତ୍ୟା, ଭାଇକୁ ମାରିଲା ଭାଇ

246 Views

ମୁମ୍ୱାଇ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏହି ସମୟରେ ମୁମ୍ୱାଇର ପଶ୍ଚିମରେ ଥିବା କାନ୍ଦିବଲିରେ ୨୮ ବର୍ଷୀୟ ବଡ଼ ଭାଇ ୨୧ ବର୍ଷୀୟ ସାନ ଭାଇର ହତ୍ୟା କରିଛି। କାରଣ ଲକ୍‌ଡାଉନ୍ ବେଳେ ତାଙ୍କର ସାନ ଭାଇ ବାହାରୁ ଘରକୁ ଆସିଥିଲେ। ଏହାକୁ ନେଇ ବଚସା ହେବା ପରେ ସାନ ଭାଇ ଉପରକୁ ବଡ଼ ଭାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏହାପରେ ପୁଲିସ ମୃତକଙ୍କ ବଡ ଭାଇକୁ ଗିରଫ୍ କରିଛି।

ସମତାନଗର ଥାନା ଅଧିକାରୀ କହିଛନ୍ତି, ଲକ୍‌ଡାଉନ୍ ପାଇଁ ରାଜେଶ ଲକ୍ଷ୍ମୀ ଠାକୁର ତାଙ୍କ ସାନ ଭାଇ ଦୁର୍ଗେଶଙ୍କୁ ଘରୁ ବାହାରିବାକୁ ମନା କରିଥିଲେ। ହବେଲେ ଦୁର୍ଗେଶ ତାଙ୍କ ଭାଇଙ୍କ କଥାକୁ ମାନୁନଥିଲେ। ମୃତକ ଜଣଙ୍କ ପୁଣେର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ହେଲେ କରୋନା ଭାଇରସ ପାଇଁ ସେ ଘରକୁ ଫେରିଆସିଥିଲେ।

ଘରକୁ ଫେରିବା ବେଳକୁ ବଡ଼ ଭାଇ ରାଜେଶ ଏବଂ ତାଙ୍କ ସ୍ତ୍ରୀ ଦୁର୍ଗେଶଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ସେ ବାହାରୁ ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ରାଜେଶ ତାଙ୍କ ସାନ ଭାଇ ଉପରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଆହତ ଦୁର୍ଗେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବିସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯାଗ୍ୟ, ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ଏଯାବତ ୧୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୨ ଜଣ କୋହ୍ଲାପୁରର।

By amfnews

Related Post