Sat. Mar 7th, 2026

କରଣ ଜୋହରଙ୍କ ଦିଓ୍ଵାଲି ପାର୍ଟିରେ ଅର୍ଜୁନ କପୁର ଏବଂ ମଲ୍ଲାଇକା ଅରୋରା , ପୁଣି ବାହାଘର ଚର୍ଚ୍ଚ ଜୋର୍‌ ଧରିଲା

421 Views

ମୁମ୍ବାଇ ,ନଭେମ୍ବର, ୮ : ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ଦିଓ୍ଵାଲି ପାର୍ଟିରେ ପୁଣି ଥରେ ଏକାଠି ଦେଖିବାକୁ ମିଳିଛି ଏବେକାର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅର୍ଜୁନ କପୁର ଏବଂ ମଲ୍ଲାଇକା ଅରୋରା। ଅବଶ୍ୟ ଏଦୁହେଁ ଅଲଗା ଅଲଗା ଆସିଥିଲେ। କିନ୍ତୁ ପାର୍ଟିରେ ସେଦୁହେଁ ଏକାଠି ନଜର ଆସୁଥିଲେ। ଏହାଆଗରୁ ସେଦୁହେଁ ଡିନର ଡେଟରେ ବି ଯାଇଥିବାରନଜର ଆସିଥିଲେ। ଏହାପରେ ଚର୍ଚ୍ଚା ହେଉଛି ଯେ ଦୀର୍ଘଦିନଧରି ସଂପର୍କରେଥିବା ଏକ ଯୋଡି ଆର ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏମାନଙ୍କ ଭିତରୁ ପ୍ରେମିକାଙ୍କ ବୟସ ହେଲେ ୪୫ ବର୍ଷ ଏବଂ ପ୍ରେମିକ ତାଙ୍କଠାରୁ ବୟସରେ ଢ଼େର୍ କମ୍। ଗତ କିଛିଦିନ ତଳେ ଏଦୁହିଁଙ୍କୁ ଆବୁଧାବିରେ ସମୟ କାଟୁଥିବାର ଦେଖିବାକୁ ମିଳିଥିଲା।
ବଲିଉଡ୍ ଷ୍ଟାର ଅର୍ଜୁନ କପୁରଙ୍କ ସହ ଡେଟ୍ କଥାକୁ କିଛି ଦିନତଳେ ଅସ୍ୱୀକାର କରିଥିଲେ ବଲିଉଡର ହଟ୍ ଗାର୍ଲ ମଲାଇକା ଅରୋରା


ବେଶ୍ କିଛି ସମୟ ଧରି ବଲିଉଡର ହଟ୍ ଗାର୍ଲ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁରଙ୍କର ଆଫେଆର ନେଇ ଚର୍ଚ୍ଚା ଜୋର ଧରିଛି।ଅର୍ଜୁନଙ୍କ କପୁରଙ୍କୁ ମଧ୍ୟ ଅରବାଜ୍ ଖାନ୍ ଓ ମଲ୍ଲାଇକା ଅରୋରାଙ୍କ ଛାଡପତ୍ରର କାରଣ ବୋଲି କୁହାଗଲା।ଏବେ ଶୁଣିବାକୁ ମିଳୁଛି କି ସେଦୁହେଁ ଆଉ କାହାରିକୁ ଡରିବେନି। ସେମାନେ ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଘୋଷଣା କରିବେ କି ହଁ ସେମାନେ ପ୍ରେମୀ। ଏହାଛଡ଼ା ସେଦୁହେଁ ବିବାହ କରିପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି।

By amfnews

Related Post