Tue. Apr 22nd, 2025

କ’ଣ ପାଇଁ ଦବିଲା ପଳାଶୁଣୀ ଓଭରବ୍ରିଜ୍‌, ଜାରି ରହିଛି ତଦନ୍ତ

By amfnews Aug 26, 2019 #Featured
176 Views

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ପଳାଶୁଣୀ ଓଭରବ୍ରିଜ୍‌ ଦବିବା ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ନିମ୍ନମାନର କାମ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ହାଇଟେକ୍ ଛକ ନିକଟରେ ଓଭର୍ ବ୍ରିଜ୍ ଦବିଯିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଟ୍ରାଫିକ୍ ପୁଲିସ୍‌ ଓ ଏନଏଚ୍ଏଆଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବ୍ରିଜ୍ ଦବିଥିବା ସ୍ଥାନକୁ କର୍ଡନ କରି ବାଲି ବସ୍ତା ପକାଯାଇଥିଲା। ଫଳରେ ଓଭରବ୍ରିଜ୍ ଉପରେ ଗାଡ଼ି ଚଳାଚଳ ଧୀରେଧୀରେ ସ୍ୱାଭାବିକ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବ୍ରିଜ୍‌ଟି ଦବିଲା, ନିମ୍ନମାନର କାମ ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ଯାଞ୍ଚ କରାଯାଉଛି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ ପଳାଶୁଣୀ ଓଭରବ୍ରିଜ୍‌କୁ ସମ୍ପୂର୍ଣ୍ଣ କରିବାକୁ  କମ୍ ସମୟରେ ନିମ୍ନମାନର କାମ ହୋଇଛି। ବ୍ରିଜ୍‌ ଦବିବା ଯୋଗୁ ବଡ଼ ଦୁର୍ଘଟଣା ଘଟିପାରେ। ସେଥିପାଇଁ ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳ ତୁରନ୍ତ ବନ୍ଦ କରାଯାଉ। ଘଟଣାର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

By amfnews

Related Post