Sun. Nov 24th, 2024

କଂଗ୍ରେସର ନିର୍ବାଚନୀ ଗୀତ କୁ ପ୍ରତ୍ୟାଖାନ କଲେ ସୋନା ମହାପାତ୍ର

By amfnews May 27, 2019 #Featured
216 Views

ମୁମ୍ବାଇ: ଓଡ଼ିଆ ଝିଅ ତଥା ବଲିଉଡର ଜଣେ ଚର୍ଚିତ ଗାୟିକା ସୋନା ମହାପାତ୍ର ନିଜ ରାଜନୈତିକ ନିରପେକ୍ଷତାକୁ ପ୍ରତିପାଦିତ କରିଛନ୍ତି  । ସୋନା କହିଛନ୍ତି, ତାଙ୍କୁ କଂଗ୍ରେସର ନିର୍ବାଚନୀ ଗୀତ ଗାଇବାକୁ ଅଫର ମିଳିଥିଲା। ଏଥିଲାଗି ମୋଟା ଅଙ୍କର ଅର୍ଥ ମିଳିବାକୁ ଥିଲେ ବି ତାହା ସେ ଗାଇ ନାହାନ୍ତି ବୋଲି ଟୁଇଟ୍ କରିଛନ୍ତି। ଜଣେ ଅଣ ରାଜନୈତିକ କଳାକାର ହୋଇଥିବାରୁ କଂଗ୍ରେସ ଦଳର ଗୀତ ଗାଇବା ଉଚିତ ହେବ ନାହିଁ ବୋଲି ସୋନା କହିଛନ୍ତି। ବଡ କଥା ହେଉଛି, ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଏହାର ଇଲେକ୍ସନ ଆନ୍ଥେମ ଗାଇବା ପାଇଁ ସୋନାଙ୍କୁ ପ୍ରସ୍ତାବ ଦେଇଥିଲା। ମୋଟା ଅଙ୍କର ପାରିତୋଷିକର ଅଫର ଦିଆଯାଇଥିଲେ ବି ସୋନା ଏହାକୁ ମନା କରିଥିଲେ ।

SONA

@sonamohapatra

I like to read,process & understand all sides of a story.
Here’s one that makes many an interesting set of points. 👇🏾Being an apolitical artist I chose not to sing the Congress election anthem despite the fat pay cheque too.

Opinion | Why ‘liberals’ fully deserved to lose this battle

Because their liberalism was fake, elitist, dishonest and out of touch with reality

livemint.com

ପୂର୍ବରୁ ମଧ୍ୟ ସୋନା ଓଡ଼ିଆ ଗୀତ ଗାଇବାକୁ ନେଇ ବିବାଦ ଦେଖାଯାଇଥିଲା। ସମ୍ବଲପୁରୀ ଗୀତ  ‘ରଙ୍ଗବତୀ..’କୁ ନିଜସ୍ବ ଶୈଳୀରେ ଗାଇ କଟୁ ସମାଲୋଚନାର ଶିକାର ହୋଇଥିଲେ ସେ। ପଶ୍ଚିମ ଓଡ଼ିଶାର ବହୁ ସଙ୍ଗୀତଜ୍ଞ ଏହା ବିରୋଧରେ ମୁହଁ ଖୋଲିଥିଲେ | ସେହିପରି ସାଲବେଗ ଭଜନ  ‘ଆହେ ନୀଳଶୈଳ..’ର କିଛି ଶବ୍ଦର  ବିକୃତ ଉଚ୍ଚାରଣ କରି ସମାଲୋଚିତ ହୋଇଥିଲେ ସୋନା। ଓଡ଼ିଆ ଭାଷାକୁ ବିକୃତ କରି ଗାଇବାରୁ ଭାଷା ପ୍ରେମୀମାନେ କ୍ଷୋଭ ପ୍ରକାଶ କରିଥିଲେ।

By amfnews

Related Post