Mon. May 19th, 2025

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ଆଇନ୍‌ ସେଲ୍‌ ଗଠିତ

By amfnews Jan 6, 2019 #Featured
219 Views

ଭୁବନେଶ୍ୱର, ଜାନୁଆରୀ ୬ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓଡ଼ିଶା ପିସିସି)ର ନୂତନ ଆଇନ୍‌ ସେଲ୍‌ ଗଠିତ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଆଇନ୍‌ ସେଲ ରତିକାନ୍ତ ମହାପାତ୍ରଙ୍କ ସୁପାରିଶ ଆଧାରରେ ଏହି ନବନିଯୁକ୍ତ କମିଟିକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ନିଖିଳ ଭାରତ କଂଗ୍ରେସ କମିଟି ଆଇନ୍‌ ସେଲ୍‌ ଅଧ୍ୟକ୍ଷ ବିବେକ ତନଖା ଅନୁମୋଦନ କରିଥିବା ଜଣାପଡ଼ିଛି।

ଆଇନ୍‌ ସେଲ୍‌ ଗଠନ ନେଇ ରତିକାନ୍ତ ମହାପାତ୍ର କହିଛନ୍ତି, ଓଡ଼ିଶା ପିସିସି ଆଇନ୍‌ ସେଲ୍‌ର ରାଜ୍ୟ କମିଟିର ଉପଦେଷ୍ଟା କମିଟିରେ ଶକ୍ତିଧର ଦାସ, ଗଣେଶ୍ୱର ରଥ, ରମାକାନ୍ତ ମହାନ୍ତି, ଧରଣୀଧର ନାୟକ, ପ୍ରଶାନ୍ତ ରଂଜନ ପଟ୍ଟନାୟକ, ରମାକାନ୍ତ ସାହୁ, ଉମାବଲ୍ଲଭ ମହାପାତ୍ର ଜହିଦୂର ରହେମାନ, ଉମାକାନ୍ତ ନନ୍ଦ, ସ୍ମିତରଂଜନ ପଟ୍ଟନାୟକ, ସୁରେନ୍ଦ୍ରନାଥ କର, ନିରୋଜ କୁମାର ମହାପାତ୍ର, ସଂଗ୍ରାମ କେଶରୀ ପ୍ରଧାନ, ବିଚିତ୍ର କୁମାର ବଡ଼ଜେନା, ମାଗୁଣି ପଲାଇ, ପି. ରମେଶ ପାତ୍ର, ସୁଧାଂଶୁ ଆଚାର୍ଯ୍ୟ, ଅଜୟ କୁମାର ବରାଳ, ଅକ୍ଷୟ କୁମାର ନାୟକ, ଶରତ କୁମାର ରଥ ପ୍ରମୁଖ ସଦସ୍ୟ ଅଛନ୍ତି।

ସୁଦାମ ଚରଣ ଦାସ, ସନ୍ତୋଷ ଚୌଧୁରୀ, ଆତ୍ମ ପ୍ରକାଶ ମହାନ୍ତି, ଉପେନ୍ଦ୍ରନାଥ  ମିଶ୍ର, ବିଜୟ ପ୍ରଧାନ, ମହମ୍ମଦ ଉଲ-ହକ୍‌, ଗୋପବନ୍ଧୁ ମିଶ୍ର, କାମଦେବ କାନୁନଗୋ, ତାରିଣୀ ପାଣିଗ୍ରାହୀ ଓ ରାଜକିଶୋର ପ୍ରଧାନ ଆଇନ୍‌ ସେଲ୍‌ର ଉପାଧ୍ୟକ୍ଷ ଥିବା ବେଳେ ସାଧାରଣ ସଂପାଦକ ଭାବରେ ଅଶୋକ କୁମାର ନାୟକ, ଅଶୋକ ଛୋଟରାୟ, ସିଦ୍ଧାର୍ଥ ମହାନ୍ତି, ମୁକ୍ତିକାନ୍ତ ଦାସ, ପ୍ରମୋଦ କୁମାର ତ୍ରିପାଠୀ, ନୃସିଂହନାଥ ମିଶ୍ର, ଉପେନ୍ଦ୍ର ସାମନ୍ତରାୟ, ଚିତ୍ତରଂଜନ ବେହେରା, ଆଲୋକ କୁମାର ନନ୍ଦ, ସରୋଜ କୁମାର ପଣ୍ଡା ଓ ସରେଜ ବରାଳ ପ୍ରମୁଖ ଅଛନ୍ତି।

 

By amfnews

Related Post