Fri. Dec 27th, 2024

ଓଡ଼ିଆ ଇଞ୍ଜିନିୟର କରୁଛନ୍ତି ଅଭିନବ ଟାୟାର ଉତ୍ପାଦନ, ଦେଶର ୧୫ ପ୍ରତିଶତ ସଡ଼କ ଦୁର୍ଘଟଣା କମାଇବାରେ ସହାୟକ ହେବ

By amfnews Jan 29, 2021 #Featured
303 Views

ଭୁବନେଶ୍ୱର, ଜାନୁଆରୀ ୨୯ : କ୍ରିକେଟର ସୁରେଶ ରାଇନା, ଅଭିନେତା ରୁ ରାଜନେତା ହୋଇଥିବା ସନ୍ନି ଦେଓଲ, ଆର ଏସ ଏସ ପ୍ରମୁଖ ଡକ୍ଟର ମୋହନ ଭାଗବତ ଙ୍କ ସୌଭାଗ୍ୟ ଯେ ତାଙ୍କ ଗାଡି ର ଟାୟାର ବ୍ରଷ୍ଟ ସତ୍ତ୍ୱେ ସେମାନେ ସାମାନ୍ୟ ଆହତ ହୋଇ ନିଜ ଜୀବନକୁ ବଞ୍ଚାଇ ପାରିଲେ । କିନ୍ତୁ ସଡ଼କ ଦୁର୍ଘଟଣା ସମ୍ପର୍କିତ ସୁପ୍ରିମକୋର୍ଟ ଙ୍କ ଏକ କମିଟି ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଆମ ଦେଶରେ ସଡ଼କ ଦୁର୍ଘଟଣା ରେ ୧.୪୦.୦୦୦ଲୋକଙ୍କ ମୃତ୍ୟ ଘଟେ। ଏଥିରେ ୫୮୨.୦୦୦ଲୋକ ଆହତ ହୁଅନ୍ତି ଓ ଦେଶର ୩% ଜିଡିପି ର କ୍ଷତି ଘଟେ । ସବୁ ଦୁର୍ଘଟଣା ମଧ୍ୟରୁ ୧୫ %ଦୁର୍ଘଟଣା ଟାୟାର ର ପମ୍ପଚର କାରଣରୁ ଘଟିଥାଏ । ଏହି ସମସ୍ୟାର ସମାଧାନ କରିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର ସମୀର ପଣ୍ଡା । ପଣ୍ଡା ଏକ ଅଭିନବ ମେଜିକ ଟାୟାର ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛନ୍ତି । ୨ ଦିନ ତଳେ ୟୁନିଟ ର ପୂଜା ସମ୍ପନ୍ନ ହୋଇଛି । 

ଏହି ଟାୟାର ର ନାଁ ଟି କେ ଟାୟାର ରଖାଯାଇଛି । ଏହାର ବିଶେଷତ୍ୱ ହେଉଛି ଏହା ଏଭଳି ପ୍ରଯୁକ୍ତି ରେ ତିଆରି ହୋଇଛି ଯାହା କେବେ ବି ପମ୍ପଚର କିମ୍ବା ବ୍ରଷ୍ଟ ହେବନି ।

ବିଗତ ୫ ବର୍ଷ ଧରି ଟାୟାର ଉପରେ ଅଧିକ ଗବେଷଣା ପରେ ଏହାକୁ ନାସା ଉଚ୍ଚ ପ୍ରଶଂସା କରିଛି ଓ ଭାରତ ସରକାର ଙ୍କ ନୀତି ଆୟୋଗ ଆର୍ôଥକ ସହାୟତା ପ୍ରଦାନ କରିଛି ।

ଏବେ ଓଡ଼ିଆ ପୁଅ ଙ୍କ ଏଭଳି ପ୍ରୟାସ ଦେଶର ୧୫ ପ୍ରତିଶତ ସଡ଼କ ଦୁର୍ଘଟଣା କମାଇବାରେ ଏକ ପ୍ରମୁଖ ଅସ୍ତ ବିବେଚିତ ହେବାକୁ ଯାଉଛି ।

By amfnews

Related Post