Sun. Mar 8th, 2026

ଏଲନ୍‌ ମସ୍କ୍‌ଙ୍କ ପରବର୍ତ୍ତୀ ଅଭିଯାନ: ମଙ୍ଗଳ ଗ୍ରହକୁ ପଠାଇବେ ୧୦୦ ଜଣ ମଣିଷ

193 Views

ନୂଆଦିଲ୍ଲୀ, ଡିସେମ୍ବର ୨୭  : ମଙ୍ଗଳ ଗ୍ରହକୁ ୧୦୦ ଜଣ ମଣିଷଙ୍କୁ ନେଇ ଯିବା ଭଳି ଏକ ମହାକାଶ ଯାନ ପାଇଁ ଯୋଜନା କରୁଥିବା କଥା ବିଲିୟନେୟାର୍‌ ଏଲନ୍‌ ମସ୍କ୍‌ କହିଛନ୍ତି। ଟେକ୍ସାସ୍‌ରେ ତିଆରି ହେଉଥିବା ‘ଟେଷ୍ଟ୍‍ ହପର୍‌’ ନାମକ ଏହି ମହାକାଶ ଯାନର ମଡେଲ୍‌ର ଫଟୋଟିକୁ ଦି ସ୍ପେସ୍‌ ଏକ୍ସ୍‍ର ମାଲିକ ଏଲନ୍‌ ଟୁଇଟ୍‌ର୍‌ରେ ପୋଷ୍ଟ୍‍ କରିଛନ୍ତି।

୧୫୦ ଟନ୍‌ ଓଜନର ପ୍ଲେଲୋଡ୍‌ ବହନ କରିବାକୁ ସମର୍ଥ ଏହି ମହାକାଶ ଯାନ ଏବଂ ତାହାର ରକେଟ୍‌ ସଂକ୍ରାନ୍ତରେ ତାଙ୍କର ଅନୁଗାମୀମାନେ ପଚାରିଥିବା ବହୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏଲନ୍‌।

ଜଣେ ଟୁଇଟର୍‌ ବ୍ୟବହାରକାରୀ ପଚାରିଛନ୍ତି ଯେ ଏହି ମହାକାଶ ଯାନରେ ଦାଗବିହୀନ ଇସ୍ପାତ ବ୍ୟବହାର କରାଯିବ କି? ଏହାର ଉତ୍ତର ଦେବାକୁ ଯାଇ ଏଲନ୍‌ କହିଛନ୍ତି ଏଥିରେ ୧୯୫୦ ମସିହାରେ ପ୍ରଥମେ ଉତ୍ପାଦିତ ଆଟ୍‌ଲାସ୍‌ ରକେଟ୍‌ରେ ବ୍ୟବହାର କରାଯାଇଥିବା ଭଳି ସାମଗ୍ରୀ ବ୍ୟବହାର କରାଯିବ।

ଫାଲ୍‌କନ୍‌-ନାଇନ୍‌ ରକେଟ୍‌ର ସଫଳ ଉତ୍‌କ୍ଷେପଣ ପରେ ଏହି ଉଦ୍ୟୋଗୀଜଣକ ତାହାର ସବୁ ବିବରଣୀ ସେୟାର୍‌ କରିଥିଲେ। କକ୍ଷ ପଥରେ ଏକ ସ୍ପାଏ ସାଟେଲାଇଟ୍‌ ସ୍ଥାପନ କରିବାକୁ ଭିନ୍ନ ଏକ ଅଭିଯାନରେ ଟେକ୍ସାସ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା।

ସେ ପୁଣି କହିଛନ୍ତି: ବାସ୍ତବରେ ପ୍ରାରମ୍ଭିକ ଆଟ୍‌ଲାସ୍‌ରେ ବ୍ୟବହୃତ ଉପାଦାନ ଥିଲା ଦାଗବିହୀନ ଇସ୍ପାତ, କିନ୍ତୁ ଆମେ ଏକ ଭିନ୍ନ ଧାତବ ପଦାର୍ଥ ମିଶ୍ରଣ ବ୍ୟବହାର କରୁଛୁ।

ଆସନ୍ତା ବର୍ଷ ମାର୍ଚ/ଏପ୍ରିଲ୍‌ ଏହି ମହାକାଶ ଯାନର ମଡେଲ ଉତ୍‌କ୍ଷେପଣ କରାଯିବା ପରେ ଅଧିକ ବିବରଣୀ କହିବି।

By amfnews

Related Post