Sun. Nov 24th, 2024

ଏମ୍ସ ପ୍ରଥମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱରରେ ପହଁଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ

By amfnews Aug 25, 2018 #Featured
New Delhi: Union minister Venkaiah Naidu during a meeting with Sweden's Minister for Trade and EU Affairs Ann Linde in New Delhi on Thursday. PTI Photo /PIB(PTI5_18_2017_000057B) *** Local Caption ***
309 Views

ଭୁବନେଶ୍ୱର, ଅଗଷ୍ଟ ୨୫ :

ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥା ବା ଏମ୍ସର ଆଜି ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଏମ୍ସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ସେଥିପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜହଂସରେ ଉପରାଷ୍ଟ୍ରପତି ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଛନ୍ତି । ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ସ୍ୱାଗତ କରିଛନ୍ତି ।

ବିମାନବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ ରାଜଭବନ ଅଭିମୁଖେ ଯାଇଛନ୍ତି । ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହିତ ଉପରାଷ୍ଟ୍ରପତି ଏମ୍ସ ପରିସରରେ ନାଲକୋ ନିର୍ମାଣ କରିବାକୁ ଥିବା ଧର୍ମାଶାଳାର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏମ୍ସରେ ଡିଗ୍ରୀ ହାସଲ କରିଥିବା ୨୦୧୩-୧୮ ବ୍ୟାଚ୍‌ ୫୦ ଜଣ ଏମ୍‌ବିବିଏସ୍‌ ଓ ୫୬ ଜଣ ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ଉପରାଷ୍ଟ୍ରପତି । ଏଥିରେ ୨୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

୨୦୦୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ସିକୁଆଠାରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ପରେ ୨୦୧୩ରେ ପ୍ରଥମ ବର୍ଷ ୫୦ ଜଣ ଏମ୍‌ବିବିଏସ୍‌ ଓ ୫୬ ଜଣ ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା ଆରମ୍ଭ ହୋଇଥିଲା । ଯେଉଁମାନଙ୍କର ୨୦୧୮ରେ ଶିକ୍ଷା ଶେଷ ହୋଇଛି । ସେମାନଙ୍କୁ ଆଜି ଉପରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବେ ।

By amfnews

Related Post