Sat. Mar 7th, 2026

ଏନ୍‌ଏମ୍‌ସି ବିଲ୍‌କୁ ବିରୋଧ କରି ଦେଶବ୍ୟାପୀ ଡାକ୍ତରଙ୍କର ୨୪ ଘଣ୍ଟିଆ ଧର୍ମଘଟ

192 Views

ନୂଆଦିଲ୍ଲୀ  : ଲୋକସଭାରେ ଅନୁମୋଦିତ ହୋଇଥିବା ନେସ୍‌ନାଲ୍‌ ମେଡିକାଲ୍‌ କମିସନର ବିଲ୍‌, ୨୦୧୯କୁ ବିରୋଧ କରି ବୁଧବାର ସକାଳ ୬ଟରୁ ଦେଶବ୍ୟାପୀ ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ତରଫରୁ କରାଯାଇଥିବା ଏହି ଧର୍ମଘଟରେ ଜରୁରୀକାଳୀନ, କାଜୁଆଲଟି, ଆଇସିୟୁ ଏବଂ ଏ ସଂକ୍ରାନ୍ତ ସେବା ସ୍ୱାଭାବିକ ଭାବେ ଚାଲିବ। କିନ୍ତୁ, ଏହି ବିଲ୍‌ ବିରୋଧରେ ଦେଶବ୍ୟାପୀ ସର୍ବସାଧାରଣରେ ପ୍ରତିବାଦ ପ୍ରଦର୍ଶନ କରାଯିବ। କେତେକ ଡାକ୍ତର ଅନଶନ ମଧ୍ୟ କରିବେ ବୋଲି ଆଇଏମ୍‌ଏ କହିଛି।

ସଂଘର େଓ୍ଵବ୍‌ସାଇଟ୍‌ ଅନୁସାରେ, ଗତକାଲି ଲୋକସଭା କଠୋର ଏନ୍‌ଏମ୍‌ସି ବିଲ୍‌କୁ ଅନୁମୋଦନ କରିଛି। ନେସ୍‌ନାଲ୍‌ ମେଡିକାଲ୍‌ କମିସନ୍‌ ବିଲ୍‌ ୨୦୧୯ ଭଳି ଅଗଣତାନ୍ତ୍ରିକ ବିଲ୍‌କୁ ଅନୁମୋଦନ କରି ଗଣତାନ୍ତ୍ରିକ ନିମ୍ନ ସଦନ ଏ ଦେଶର ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ଶିକ୍ଷାକୁ ଅନ୍ଧକାର ମଧ୍ୟରେ ଫିଙ୍ଗି ଦେଇଛି। ବୁଧବାର ୩୧, ୦୭, ୨୦୧୯ ଦିନ ଏହାକୁ ପ୍ରତିବାଦ କରି ଆଇଏମ୍‌ଏ ମୁଖ୍ୟାଳୟ ୨୪ ଘଣ୍ଟିଆ ଜରୁରୀ ନ ଥିବା ଡାକ୍ତରୀ ସେବା ପ୍ରତ୍ୟାହାର କରୁଛି।

By amfnews

Related Post