Sun. Mar 8th, 2026

ଏନ୍ଆଇଟିରେ ୱେବ ମ୍ୟାକେନିକ୍ସ ଏବଂ କମ୍ପନ ଉପରେ ଅଷ୍ଟମ ଜାତୀୟ ସମ୍ମିଳନୀ ଆୟୋଜିତ ଏନ୍ଆଇଟି ଜାମଶେଦପୁରର ନିର୍ଦ୍ଦେଶକ କଲେ ଉଦ୍ଘାଟନ

207 Views

ରାଉରକେଲା, ୨୮ା୧୧  : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାର ଗଣିତ ବିଭାଗ ତଥା ଭନ କର୍ମନ ସୋସାଇଟି, ଜଲପାଇଗୁଡିର ମଳିତ ଆନୁକୂଲ୍ୟରେ ଅଷ୍ଟମ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାଗ ନେଇ ଏନ୍ଆଇଟି ଜାମଶେଦପୁରର ନିର୍ଦ୍ଦେଶକ ଡା. କରୁଣେଶ କୁମାର ଶୁକ୍ଲା କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ‘ଆଜିର ଯୁଗରେ ବିଜ୍ଞାନ ପାଠ୍ୟକ୍ରମରେ େଓବ ଓ ଭାଇବ୍ରେସନ୍ର ଗୁରୁତ୍ୂପୂର୍ଣ୍ଣ ଭୂମିକା ରହିଛି । ଜଣେ ଇଞ୍ଜିନିୟର ଭାବରେ ଆମେ ଯେତେବେଳେ କୌଣସି ସିଷ୍ଟମ ଡିଜାଇନ କରୁ ସେତେବେଳେ ଆମକୁ ସେହି ସିଷ୍ଟମର ନ୍ୟାଚୁରାଲ ଫ୍ରିକ୍ୟୁଏନ୍ସି ଜାଣି ରଖିବା ଉଚିତ୍ ।

ଏହି କ୍ଷେତ୍ରରେ ଭାଇବ୍ରେସନ୍ର ମହତ୍ୱ ରହିଛି । ସେ କହିଛନ୍ତି ଆଜି ଆମେ ବିଜ୍ଞାନ କ୍ଷେତ୍ରରେ ବହୁତ ସମୃଦ୍ଧ । ଆମେ ମଙ୍ଗଳରେ ଜୀବନ ଆବିଷ୍କାର କରି ସାରିଛୁ । କେବଳ ଏତିକି ନୁହେଁ ଆଜି ମଙ୍ଗଳରେ ଜାଗା ମଧ୍ୟ ବିକ୍ରି ହେଉଛି । ହେଲେ ଭୂମିକମ୍ପର ସଠିକ୍ ସୂଚନା ପାଇଁ ଏଯାବତ୍ କିଛି ଉଦ୍ଭାବନ ହୋଇ ନାହିଁ । ଆଜି ପର୍ଯ୍ୟନ୍ତ ପ୍ରଯୁକ୍ତି ବିଦ୍ୟା ବଳରେ ଭୂମିକମ୍ପ ପୂର୍ବରୁ ଏହାର ସଠିକ୍ ସୂଚନା ଦେବା ପାଇଁ କୌଣସି ଯନ୍ତ୍ର ତିଆରି କରାଯାଇ ପାରିନାହିଁ । ଗଣିତଜ୍ଞମାନେ ହିଁ ଏହାକୁ ସମ୍ଭବ କରି ପାରିବେ ବୋଲି କହିଛନ୍ତନ୍ତି ଏନ୍ଆଇଟି ଜାମଶେଦପୁରର ମହାନିର୍ଦ୍ଦେଶକ ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ କହିଛନ୍ତି, ‘ଓବ ମ୍ୟାକେନିକ୍ସ ଓ ଭାଇବ୍ରେସନ୍ ବିଷୟରେ ଅନୁସନ୍ଧାନର ବହୁ ସମ୍ଭାବନା ରହିଛି । ମୁଁ ଆଶା କରେ ଯେ, ଏନ୍ଆଇଟି ରାଉରକେଲାରେ ଆୟୋଜିତ ଏହିଭଳି ଜାତୀୟ ସମ୍ମିଳନୀ ଅନୁସନ୍ଧାନକାରୀମାନଙ୍କୁ ଆଗକୁ ଅଧିକ ସନ୍ଧାନ କରିବା ପାଇଁ ପ୍ରେରଣା ଯୋଗାଇବ’ । ଡା. ବିଶ୍ୱାସ କହିଛନ୍ତି, ‘ଏହିଭଳି ଗୋଟିଏ ସମ୍ମିଳନୀର ଆୟୋଜନ କରିଥିବାରୁ ମୁଁ ଏନ୍ଆଇଟି ରାଉରକେଲାର ଗଣିତ ବିଭାଗ ତଥା ଭନ କର୍ମନ ସୋସାଇଟିକୁ ଧନ୍ୟବାଦ ଜଣାଉଛି’ । ଏହି ସମ୍ମିଳନୀରେ ଭନ କର୍ମନ ସୋସାଇଟିର ଉପ ସମନ୍ମୟକ ଡା. ପରିତୋଷ ବିଶ୍ୱାସ, ଭନ କର୍ମନ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର ଏସବି କରଣଞ୍ଜୟ, ଶ୍ରିକର ଡିନ ପ୍ରଫେସର ଏକେ ପଣ୍ଡା, ପ୍ରଫେସର ଦେବାନିକ ରାୟ ଅନୁସନ୍ଧାନରେ ଓବ ତଥା ଭାଇବ୍ରେସନ୍ର ଭୂମିକା ବିଷୟରେ ଆଲୋଚନା କରିଛନ୍ତି ।

ଗଣିତ ବିଭାଗର ଅଧ୍ୟକ୍ଷ ପ୍ରଫେସର କିଶୋର ଚନ୍ଦ୍ର ପତି ବିଭାଗ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଏହି ଅବସରରେ ସମ୍ମିଳନୀର ମୁଖ୍ୟ ସମନ୍ୱୟକ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତୀ ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକର ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ସ୍ୱାଗତ ଭାଷଣ ତଥା ଶେଷରେ ପ୍ରଫେସର ଚକ୍ରବର୍ତୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଫେସର ଚକ୍ରବର୍ତୀ କାର୍ଯ୍ୟକ୍ରମର ସଂଚାଳନ ମଧ୍ୟ କରିଥିଲେ । ଏହି ତ୍ରିଦିବସୀୟ ସମ୍ମିଳନୀରେ ମୋଟ ୬୬ଟି ଅନୁସନ୍ଧାନ ବିଷୟରେ ଆଲୋଚନା କରାଯିବ । ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଅଧ୍ୟାପକ ତଥା ରିସର୍ଚ ଫେଲୋ ଏଥିରେ ସାମିଲ୍ ହୋଇଛନ୍ତି ।

By amfnews

Related Post