Wed. Dec 25th, 2024

ଉତ୍ତରପ୍ରଦେଶ: କୁଖ୍ୟାତ ଅପରାଧୀ ଆଶୁ ଜାଟ ମୁମ୍ବାଇରୁ ଗିରଫ

By amfnews Sep 6, 2020 #Featured
277 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : ମିର୍ଚ୍ଚି ଗ୍ୟାଙ୍ଗର ମୁଖ୍ୟ ଏବଂ ଅଢ଼େଇ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ କୁଖ୍ୟାତ ଅପରାଧୀ ଆଶୁ ଜାଟକୁ ପୋଲିସ ମୁମ୍ବାଇରୁ ଗିରଫ କରିଛି । ଆଶୁକୁ ଗିରଫ କରିବା ପାଇଁ ପୋଲିସକୁ ବଡ଼ ଚ୍ୟାଲେଞ୍ଜ କରିବାକୁ ପଡ଼ିଥିଲା । ମେରଠ ଜୋନର ଗାଜିଆବାଦ, ବାଗପତ ବ୍ୟତୀତ ପୋଲିସ ମଥୁରା ଓ ନୋଏଡାରେ ମଧ୍ୟ ଆଶୁକୁ ଧରିବା ପାଇଁ ଜାଲ ବିଛାଇଥିଲା । ଏସଟିଏଫ ମଧ୍ୟ ଆଶୁକୁ ଗିରଫ କରିବା ଲାଗି ଉଦ୍ୟମ କରିଥିଲା । କିନ୍ତୁ ସେ କୁଖ୍ୟାତ ଅପରାଧୀ ଥିବାରୁ କୌଣସି ସ୍ଥାନରୁ ସହଜରେ ଖସି ଯାଉଥିଲା ।

ପଶ୍ଚିମ ଉତ୍ତର ପ୍ରଦେଶର ପୋଲିସ ଲାଗି ଆଶୁ ଜାଟକୁ ଗିରଫ କରିବା ବଡ଼ ଚ୍ୟାଲେଞ୍ଜ ଥିଲା । କୁଖ୍ୟାତ ଆଶୁ ଜାଟ ଉପରେ ଭାରତୀୟ ଜନତା ପାର୍ଟିର ୨ ଜଣ ନେତାଙ୍କ ହତ୍ୟା ଅଭିଯୋଗ ରହିଛି । ଏହି ୨ ଜଣ ବିଜେପି ନେତା ହତ୍ୟା ହେବା ପରେ ପୋଲିସ ପାଇଁ ଆହୁରି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହାପରେ ପୋଲିସ ତାର ଉପରେ ଅଢ଼େଇ ଲକ୍ଷ ଟଙ୍କା ଘୋଷଣା କରିଥିଲା । ଏସଟିଏଫ ସହ ଗୌତମବୁଦ୍ଧ ନଗର, ଗାଜିଆବାଦ, ମେରଠ, ବାଗପତ ଓ ମଥୁରାରେ ପୋଲିସ ତଦନ୍ତ କରୁଥିଲା ।

ବିଜେପିର ପଶ୍ଚିମାଂଚଳର ପୂର୍ବତନ ସଭାପତି ଓ ବର୍ତ୍ତମାନ ସଚିବ ଅଶ୍ୱିନୀ ତ୍ୟାଗୀ ମଧ୍ୟ ଆଶାୁ ଜାଟ ଉପରେ ଅଭିଯୋଗ ଆଣିଥିଲେ ଯେ, ହାପୁଡ ଜିଲ୍ଲାର ଧୌଲାନାରେ ୨ ଜଣ ବିଜେପି ନେତାଙ୍କୁ ହତ୍ୟା କରିଥିଲା । ଏହା ପରେ ଏହାର ଦୀର୍ଘ ଦିନ ପର୍ଯ୍ୟନ୍ତ ଗିରଫ ହୋଇପାରି ନଥିଲା । ଏହି ମାମଲାକୁ ସେ ରାଜ୍ୟ ସଂଗଠକ, ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ପୋଲିସ ପୂର୍ବରୁ ଆଶୁ ଜେଟର ସ୍ତ୍ରୀ, ବନ୍ଧୁ ଉମେଶଙ୍କୁ ଗତ ଜାନୁଆରୀ ୨୬ରେ ଦିଲ୍ଲୀରୁ ଗିରଫ କରିଛି । ସେହି ସମୟରେ ଆଶୁ ଖସିଯାଇଥିଲା । ସେ ଗୌତମନଗର, ହାପୁଡ ଓ ଗାଜିଆବାଦରେ ଅନେକଗୁଡିଏ ଅପରାଧିକ କାମରେ ସଂପୃକ୍ତ ଥିଲା ।

By amfnews

Related Post