ରାଉରକେଲା, ୨୬ା୧୦ : ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂସଦର କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ସ୍ୱାଗତଭାଷଣ ପ୍ରଦାନ କରିବା ସହ ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରବନ୍ଧ ସାହିତ୍ୟାକାଶରେ ସର୍ବଦା ପ୍ରାଥମିକତା ହାସଲ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଭାବେ ତାରିଣୀ ଚରଣ ସାହୁ ପ୍ରବନ୍ଧ ପାଠ କରିଥିଲେ ।
ଏହି ଅବସରରେ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବଳରାମ ମିଶ୍ରଙ୍କ ପ୍ରବନ୍ଧ ‘ଭଲ ମନ୍ଦର ବିଚାର ଓ ସଂଯମତା’, ପ୍ରଭାତ ନଳିନୀ ସାହୁଙ୍କ ‘ନାରୀ ଆଜିର ଓ ଗତକାଲିର’, ଉପେନ୍ଦ୍ର ବସ୍ତିଆଙ୍କ ‘ପରିବାର’, ଗୌତମ ଦାଶଙ୍କ ‘କେଉଁଠି ସ୍ୱର୍ଗ କେଉଁଠି ନର୍କ’, ବ୍ରଜେନ୍ଦ୍ର ଦାଶଙ୍କ ‘ ଯୌଥ ପରିବାର ଓ ଭାଙ୍ଗିପଡ଼ୁଥିବା ସାମାଜିକ ବ୍ୟବସ୍ଥା’, ନୃସିଂହ ଚରଣ ବିଶ୍ୱାଳଙ୍କ ‘ସନ୍ଥ କବି ଭୀମ ଭେରାଇଙ୍କ ସୃଷ୍ଟିରେ ନାରୀର ମହତ୍ତ୍ୱ’, ତାରିଣୀ ଚରଣ ସାହୁଙ୍କ ‘ବିଷର୍ଣ୍ଣ ନୁହେଁ ବିବର୍ଜ୍ଜନ’, ପ୍ରବୋଧ କୁମାର ସାମଲଙ୍କ ‘ସମୟ ଅପେକ୍ଷାରେ’, ବିକ୍ରମ ଆଚାର୍ଯ୍ୟଙ୍କ ‘ ମୃତ୍ୟୁ ଏକ ପରିବର୍ତ୍ତନ ମାତ୍ର’ ଓ କୁଞ୍ଜବିହାରୀ ରାଉତଙ୍କ ‘ଗଣମାଧ୍ୟମ ପ୍ରତିବଦ୍ଧତା ପ୍ରତି ସନ୍ଦିହାନ ହେବା ଅନୁଚିତ’, ବ୍ରଜବିହାରୀ ଦାଶଙ୍କ ‘ପତିରୁ ବିପତ୍ତି’, ଉର୍ବଶୀ ଦାଶଙ୍କ ‘ଶିକ୍ଷା ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର’ ଆଦି ଆଲୋଚନା କରାଯାଇଥିଲା । ପୂର୍ବତନ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାୟକ, ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ରଘୁବର ଧଳ, ସମ୍ପାଦକ ପ୍ରକାଶ ସେଠୀ, ଦୀପ୍ତି ମହାନ୍ତି, ପ୍ରଶାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରକାଶ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।