Sat. Mar 7th, 2026

‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଓଡ଼ିଆ ପିଲା ଜଗାଙ୍କ ହଙ୍ଗାମା, ମାଗିଲେ ଭାତ-ଡାଲମା

210 Views

ଭୁବନେଶ୍ୱର:ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆଙ୍କ ନଖରାମି। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ ମିଡିଆରେ ଭାଇରାଲ ହେଉଛି।
ଆହୁରି ପଢ଼ନ୍ତୁ

ଯାହକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।  ଆଉ ସେ ହେଉଛନ୍ତି ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ ଯେତେବେଳେ ତାଙ୍କ ନାମ ପଚାରୁଛନ୍ତି ସେ କମିକ୍‌ ଷ୍ଟାଇଲରେ ଜଗବନ୍ଧୁ ଜେନା ବୋଲି କହୁଛନ୍ତି। ଆଉ ସାଙ୍ଗମାନେ ତାଙ୍କୁ ଜଗା ଡାକନ୍ତି ବୋଲି କହୁଛନ୍ତି। କାର୍ଯ୍ୟକ୍ରମରେ ଜଗା ବିଚିତ୍ର ପ୍ରକାର ଅଭିନୟ କରି ପାଣି ମାଗୁଛନ୍ତି।

ଆଉ ବିଚାରକ ନେହା କକ୍କର ଯେତେବେଳେ ତାଙ୍କୁ ମିଲକ୍‌ସେକ୍‌ କିମ୍ବା ପାଓଁଭାଜି ଅଫର କରୁଛନ୍ତି ସେତେବେଳେ କୌତୁହଳ ଢଙ୍ଗରେ ଜଗା ଭାତ-ଡାଲି ମାଗୁଛନ୍ତି। ଯାହା ବେଶ ହାସ୍ୟରଳ ସୃଷ୍ଟି କରୁଛି। କାର୍ଯ୍ୟକ୍ରମରେ ଜଗାଙ୍କ କିମ୍ବୁତକିମ୍ବାକାର ଅଭିନୟ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଯାହାକୁ ଦେଖି ସମସ୍ତେ ହସିଥିଲେ। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

By amfnews

Related Post