Sat. Mar 7th, 2026

‘ଆହୁଲାମାଛ’ ଦେଖା ଦେଉଥିବାରୁ ଜାପାନରେ ଭୂମିକମ୍ପ ଓ ସୁନାମି ଆଶଙ୍କା

436 Views

ଟୋକିଓ: ତୋୟାମାର ଉତ୍ତରଭାଗ ଜିଲ୍ଲାରେ ବିରଳ ‘ଆହୁଲାମାଛ’ ବା ‘ସମୁଦ୍ରସାପ’ ଦେଖା ଦେଉଥିବାରୁ ଜାପାନରେ ସୁନାମି ବା ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ସଂଘଠିତ ହେବାର ଡର ଦେଖା ଦେଇଛି।

ଗତ ସପ୍ତାହର ଶୁକ୍ରବାର ଦିନ ଦୁଇଟି ବିରଳ ‘ଆହୁଲାମାଛ’ ଦେଖା ଦେଇଥିଲେ। ଏହାକୁ ମିଶାଇ ଏ ଥର ସମୁଦାୟ ସାତଟି ‘ଆହୁଲାମାଛ’ ଦେଖା ଦେଲେଣି।

ଏହା ପୂର୍ବରୁ ତୋୟମା ସାଗର କୂଳରେ ସାଢ଼େ ଦଶ ଫୁଟ୍‌ ଲମ୍ବର ଗୋଟାଏ ‘ଆହୁଲାମାଛ’ ଭାସି ଆସି ଲାଗିଥିଲା। ଇମିଜୁ ବନ୍ଦର ଠାରେ ଏକ ମାଛଧରା ଜାଲରେ ମଧ୍ୟ ୧୩ ଫୁଟ୍‌ ଲମ୍ଭର ଆଉ ଗୋଟାଏ ‘ଆହୁଲାମାଛ’ ପଡ଼ିଥିଲା।

ଗୁପ୍ତରେ ରହୁଥିବା ‘ଆହୁଲାମାଛ’କୁ ‘ସମୁଦ୍ରସାପ’ ମଧ୍ୟ କୁହାଯାଏ। ଏମାନେ ସମୁଦ୍ର ଜଳର ୨୦୦ ରୁ ୧୦୦୦ ମିଟର ଗଭୀରରେ ବାସ କରନ୍ତି। ଏମାନଙ୍କ ଚର୍ମ ରୁପାଳିଆ ଓ ପଙ୍ଖା ଲାଲ୍‌। ପାରମ୍ପରିକ ଭାବେ ଜାପାନୀ ଭାଷାରେ ‘ଆହୁଲାମାଛ’କୁ ‘ରିୟୁଗୁ ନୋ ସୁକାଇ’ ଅର୍ଥାତ୍‌ ‘ସାଗର ଦେବତାଙ୍କ ପ୍ରାସାଦର ଦୂତ’ ବୋଲି କୁହାଯାଏ।

ଶୁଣାଯାଏ ୨୦୧୧ ଫୁକୁସିମା ଭୂମିକମ୍ପ ଏବଂ ସୁନାମି ପୂର୍ବରୁ କୁଆଡ଼େ ‘ଆହୁଲାମାଛ’ ଦେଖା ଦେଇଥିଲେ।

By amfnews

Related Post